oom

ସଇଁତଲା ଥାନା ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ତରଫରୁ ଆଜାଦି କା ଅମୃତ ମହୋତ୍ସବ ଅବସରରେ ଜାମପଦରଠାରେ ଥିବା ନୂତନ ଥାନା କେମ୍ପସ ପରିସରରେ ବୃକ୍ଷରୋପଣ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ମୁଖ୍ୟଅତିଥି ଭାବରେ ତହସିଲଦାର ମାନସଫିଲ କେରକେଟା ଯୋଗଦାନ କରି ଆମ୍ବ, ପଣସ, ନିମ୍ବ, ଲେମ୍ବୁ, ପିପଲ, ନୀଳଗିରି, ନଡ଼ିଆ ସମେତ ୭୫ଟି ଗଛ ଲଗାଇ ଶୁଭାରମ୍ଭ କରିଥିଲେ । ଏହି ଉତ୍ସବରେ ସ୍ଥାନୀୟ ସରପଞ୍ଚ ପୁରୁଷୋତମ କଲତା, ବିଶିଷ୍ଟ ସମାଜସେବୀ ମଦନଲାଲ ଅଗ୍ରୱାଲ, ଓଜେୟୁ ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମା, ଥାନା ଏସଆଇ ଆଲୋକ ପ୍ରସାଦ ଭୋଇ, ସଂଗୀତା ବେକ, ପିଏସ୍‌ଆଇ କାଜଲ ବାଗ, ଏଏସ୍‌ଆଇ ଥବିର ମହାରଣା, ଅରକ୍ଷିତ ନାୟକ ଓ କାହ୍ନୁ ଚରଣ ମହାନ୍ତି, ସାମ୍ବାଦିକ ନାରାୟଣ ସାହୁ, ରାଖାଲ ଶତପଥି, ରଞ୍ଜନ ବାଗ ଓ ଆଲୋକ ସାହୁ ଯୋଗଦାନ କରିଥିଲେ । ଏଥିରେ ଠିକାଦାର ଶରତ ବେହେରା, ଫରେଷ୍ଟ ଗାର୍ଡ ଚିଣ୍ଟୁ ଯାନୀ, କନେଷ୍ଟବଳ ପ୍ରମୋଦ ପ୍ରଧାନ, ଅଗ୍ନିଶମ ବିଭାଗର ସହଦେବ ଧରୁଆ, ଇନ୍ଦ୍ରଜିତ ଭୋଇ, ଭାଗରଥୀ ମହାରଣା ଗ୍ରାମରକ୍ଷୀ ଚେରୁ ସାହୁ, ପାର୍ଥ ସାହୁଙ୍କ ସମେତ ପୋଲିସ ବାହିନୀ, ଅଗ୍ନିଶମ ଓ ଫରେଷ୍ଟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.