୭୭ତମ ସ୍ୱାଧୀନତା ଦିବସ ପାଳିତ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ସମଗ୍ର ଭାରତରେ ବହୁ ଆନନ୍ଦ ଉଲ୍ଲାସର ସହିତ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲାର ବେଲପଡ଼ା ବ୍ଲକର ସମସ୍ତ ସରକାରୀ ବେସରକାରୀ ସଂସ୍ଥାମାନଙ୍କରେ ମଧ୍ୟ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏହି ଅବସରରେ ବାଗଦୋର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ପ୍ରଦୀପ କୁମାର ବେହେରା ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଉକ୍ତ ଗ୍ରାମ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ଯୋଗାଣ ସହାୟକ ଡୋଳାମଣି ସାହୁ, ଜିଆର୍‌ଏସ୍‌, ପ୍ରହଲ୍ଲାଦ ବେହେରା, ପିଇଓ କର୍ମବୀର ତାଣ୍ଡି, ସମିତି ସଭ୍ୟା ବନିତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମହାନ ଅବସରରେ ସରପଞ୍ଚ ନିଜର ବହୁ ମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଠିକ୍‌ ସେହିପରି ବନମାଲ ହାଇସ୍କୁଲଠାରେ ମଧ୍ୟ ବହୁ ଆନନ୍ଦର ସହିତ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ହାଇସ୍କୁଲର ପରିଚାଳନା କମିଟିର ସଭାପତି ପରମେଶ୍ୱର ବିଶ୍ୱାଳ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ପରେ ଦେଶ ପାଇଁ ଜୀବନ ଦେଇଥିବା ମହାନ ସଂଗ୍ରାମୀ ପୁରୁଷଙ୍କମାନଙ୍କର କଥା ବଖାଣି ଥିଲେ । ତା’ସହିତ ପ୍ରଧାନ ଶିକ୍ଷକ ଧନେଶ୍ୱର ବିଶ୍ୱାଳ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ସ୍ୱାଧୀନତା ସଂଗ୍ରାମୀଙ୍କ ମାର୍ଗରେ ଚାଲି ଦେଶର ନାଁକୁ ଉଚ୍ଚରେ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଖେଳ ଶିକ୍ଷକ ସରୋଜ କୁମାର ବିଶ୍ୱାଳଙ୍କ ଦ୍ଵାରା ଛାତ୍ରଛାତ୍ରୀମାନଙ୍କର ସହଯୋଗରେ ଏକ ଚିତାକର୍ଷକ ପ୍ୟାରେଟ ପରିବେଷଣ କରାଯାଇଥିଲା । ହାଇସ୍କୁଲର ସମସ୍ତ ଶିକ୍ଷକ ଓ ପରିଚାଳନା କମିଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ନଗର ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ଦେଇଥିଲେ ।

Leave A Reply

Your email address will not be published.