ବଲାଙ୍ଗିର, (କେପିଏନ୍ଏସ୍) : ସାଇଟ କଲେଜ ସଦାଇପାଲିର ପଲ୍ଲିଶ୍ରୀ ଷ୍ଟାଡିୟମରେ ଆଜି ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସାଇଟ ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ କର୍ମଚାରୀ ବୃନ୍ଦଙ୍କୁ ଉଦ୍ବୋଧନ ଦେଇ ଡ. ମିଶ୍ର କହିଥିଲେ ଏକ ସୁନ୍ଦର ଏବଂ ବାସ୍ତବ ଧାରଣାରେ ହିଁ ବିକାଶ ସଂଗଠିତ ହୋଇଥାଏ । ସେ ସମସ୍ତଙ୍କୁ କହିଥିଲେ ଏକ ଲକ୍ଷସ୍ଥିର କର ଏବଂ ସେଥିରେ ନିଜକୁ ସମର୍ପିତ କର । ଅର୍ଥ ପଛରେ ଦୌଡ ନାହିଁ ତୁମ କର୍ମର ଫଳ ତୁମେ ନିଶ୍ଚିତ ପାଇବ । ପଲ୍ଲିଶ୍ରୀ ହାଇସ୍କୁଲର ଛାତ୍ରୀ ବୃନ୍ଦ ଜାତୀୟ ସଂଗୀତ ଗାନ କରିଥିଲେ ଏବଂ ତା’ପରେ ସାଇଟ ସଦାଇପାଲି ସ୍ଥିତ ବିଭିନ୍ନ ଅନୁଷ୍ଠାନମାନଙ୍କ ଦ୍ୱାରା ପରେଡ କରାଯାଇଥିଲା । ଏହି ଅବସରରେ ରାମଜୀ ଯୁବକ ସଂଘର ସଭାପତି ଡ. ପ୍ରମୋଦ କୁମାର ମିଶ୍ର, ସାଇଟ ଡିପ୍ଲୋମା ଅଧ୍ୟକ୍ଷା ଇଂ.ନମିତା ପଟେଲ, ସୁୁଶ୍ରୀ ଆଇ.ଟି.ଆଇ ଅଧ୍ୟକ୍ଷ ଇଂ. ସନ୍ତୋଷ କୁମାର ବ୍ରହ୍ମା, ସାଇଟ ନର୍ସିଂ ଅଧ୍ୟକ୍ଷା ଲୋପାମୁଦ୍ରା ମିଶ୍ର, କାର୍ଯ୍ୟକ୍ରମ ସଂଯୋଜକ ଅଶୋକ କୁମାର ମେହେର, ସୁଲୋଚନା ଦେବୀ ଶିଶୁ ମନ୍ଦିର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର, ଶିଶୁ ମନ୍ଦିର ନିର୍ଦ୍ଦେଶକ ଗରୁଡଧ୍ୱଜ ସାଏ ଏବଂ ଲୋକନାଥ ସିଂହ, ପିଏ ପ୍ରମୁଖ ଉପସ୍ଥିତ ଥିଲେ । ସାଇଟ ଡିପ୍ଲୋମା ଇଂଜିନିୟରିଂ, ସୁଶ୍ରୀ ଡି.ଏମ୍.ଏଲ୍.ଟି, ଡି.ଏମ୍.ଆର୍.ଟି, ବି.ଏସ୍.ସି. ନର୍ସିଂ, ଏମ୍.ଏସ୍.ସି. ନର୍ସିଂ, ଜିି.ଏନ୍.ଏମ୍ ନର୍ସିଂ, ଏ.ଏନ୍.ଏମ୍ ନର୍ସିଂ, ସୁୁଶ୍ରୀ ଆଇ.ଟି.ଆଇ, ପଲ୍ଲିଶୀ ହାଇସ୍କୁଲ, ସୁଲୋଚନା ଦେବୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ତଥା ଅନ୍ୟ କର୍ମଚାରୀ ସମସ୍ତେ ଉପସ୍ଥିତ ଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଏବଂ ଅତିଥି ବୃନ୍ଦ ପୁରସ୍କାର ବିତରଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ନର୍ସିଂ ବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ପଲ୍ଲିଶ୍ରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାକୁର । କ୍ରୀଡା ସଂଯୋଜକ ସୁନିଲ ଚନ୍ଦ୍ର ବିଶ୍ୱାଳଙ୍କ କଠିନ ପରିଶ୍ରମ ତଥା ତାଙ୍କ ଅଦମ୍ୟ ଆଗ୍ରହ ପାଇଁ କାର୍ଯ୍ୟକ୍ରମ ସୁଚାରୁ ରୁପେ ସମ୍ପାଦିତ ହୋଇଥିଲା ଏବଂ ଶେଷରେ ସେ ଧନ୍ୟବାଦ ଅର୍ପଣ କରିଥିଲେ । ରାମଜୀ ଯୁବକ ସଂଘ, ସଦାଇପାଲି ତରଫରୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ।