ବେଲପଡା କୋଶଲ ମୁକ୍ତି ମୋର୍ଚ୍ଚା ସଂଗଠନ ପକ୍ଷରୁ ତିନି ଦଫା ଦାବୀ ନେଇ ବ୍ଲକ ଘେରାଉ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା କୋଶଲ ମୁକ୍ତି ମୋର୍ଚ୍ଚା ସଂଗଠନ ପକ୍ଷରୁ ତିନି ଦଫା ଦାବୀ ନେଇ ବେଲପଡା ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି ।ଏହି ବ୍ଲକ ଘେରାଉରେ ବେଲପଡା ବ୍ଲକର ୨୪ ଗୋଟି ଗ୍ରାମ ପଞ୍ଚାୟତରୁ ଶହ ଶହ ବୃଦ୍ଧ ବୃଦ୍ଧା ଏବଂ ବିକଳାଙ୍ଗ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ବହୁ ଦିନରୁ ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ଅବିବାହିତ ଭତ୍ତାରେ ଅନଲାଇନ ମାଧ୍ୟମରେ ଦରଖାସ୍ତ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀମାନେ ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି । ସେଥିପାଇଁ ଆଜି ବେଲପଡା କୋଶଲ ମୁକ୍ତି ମୋର୍ଚ୍ଚା ସଂଗଠନର ସମ୍ପାଦକ ସିପୁନ ଖମାରି, ଜନାର୍ଦନ ସିଂ ଓ ଜିତୁ ନାଏକଙ୍କ ନେତୃତ୍ୱରେ ବେଲପଡା ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । ତାଙ୍କ ତିନି ଦଫା ଦାବୀଗୁଡିକ ହେଲା ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ଟଙ୍କା ପ୍ରଦାନ କରାଯାଉ । ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନଦେଇ ସିଧାସଳଖ ହାତରେ ଭତ୍ତା ଟଙ୍କା ଦିଆଯାଉ । ଭତ୍ତା ଟଙ୍କା ପାଞ୍ଚ ଶହ ବଦଳରେ ତିନି ହଜାରକୁ ବୃଦ୍ଧି କରାଯାଉ ବୋଲି ଦାବୀ ଉପସ୍ଥାପନ କରିଥିଲେ । ଘଟଣା ସ୍ଥଳରେ ବେଲପଡା ବିଡ଼ିଓ ନଥିବାରୁ ବେଲପଡା ତହସିଲଦାର ପ୍ରଶାନ୍ତି ପ୍ରାଧାନ ଆସି ଦାବୀପତ୍ରକୁ ଗ୍ରହଣ କରିଥିଲେ । ଯଦି ଏହାର ସମାଧାନ ନହେଲେ ଆଗାମୀ ଦିନରେ ବଡ ଧରଣ ଆନ୍ଦୋଳନ କରାଯିବ ବୋଲି କୋଶଳ ମୁକ୍ତି ମୋର୍ଚ୍ଚା ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.