୧୪ ଦଫା ଦାବୀ ନେଇ ନବନିର୍ମାଣ ସ୍ୱରାଜ ସରକାର୍ ତରଫରୁ ସତ୍ୟାଗ୍ରହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାରେ ଦୁର୍ନୀତି, କୁଶାସନ ଓ ସାମ୍ବିଧାନିକ ବିଧିର ଉଲଂଘନ ଭଳି ଅଭାବନୀୟ ଜଟିଳ ପରିସ୍ଥିତି ଦେଖାଦେଇଛି । ଏନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ନବନିର୍ମାଣ ସ୍ୱରାଜ ସରକାର୍ ତରଫରୁ ଏକ ସ୍ମାରକପତ୍ର ପ୍ରଦତ୍ତ ହୋଇଛି ।

ସୂଚନାଯୋଗ୍ୟ ଯେ, ନବନିର୍ମାଣ ସ୍ୱରାଜ ସରକାର୍ ତରଫରୁ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତ୍ତୃତ୍ୱରେ ଭୁବନେଶ୍ୱର ଲୋୟର ପିଏମ୍‌ଜିଠାରେ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଅବସରରେ ଏକ ଗଣଧାରଣା ବସିଛି । ଏହି ଗଣଧାରଣା ପ୍ରାୟଶ୍ଚିତ ସତ୍ୟାଗ୍ରହ ନାମରେ ଅଭିହିତ କରାଯାଇଛି । ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଏହା ସମାପ୍ତ ହେବ । ରାଜ୍ୟରେ ଭ୍ରଷ୍ଟାଚାର ସରକାରକୁ ହଟାଇ ନୂଆଁ ସରକାର ଆଣିବା ନେଇ ଲୋକଙ୍କୁ ସଚେତନତାର ଜାଗୃତି ଆଣିବା ନେଇ ପ୍ରତି ଜିଲ୍ଲାରେ ବୈପ୍ଳବିକ ପନ୍ଥା ସ୍ୱରୂପ ଆନ୍ଦୋଳନ ଜାରୀ ରହିବ ବୋଲି କୁହାଯାଇଛି । ଏହାକୁ ସମର୍ଥନ କରି ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ଗତ ୧୧/୦୮/୨୦୨୩ ଦିବା ୧୦ ଘଟିକାଠାରୁ ସନ୍ଧ୍ୟା ୪ଘଟିକା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ “ପ୍ରାୟଶ୍ଚିତ ସତ୍ୟାଗ୍ରହ” ଦିନିକିଆ ଆନ୍ଦୋଳନ କରିଥିଲେ । ସହସଂଯୋଜକ ଉମାକାନ୍ତ ଭାରତ, ମନୋଜ କୁମାର ମିଶ୍ରଙ୍କ ନେତ୍ତୃତ୍ୱରେ ରଞ୍ଜନ କୁମାର ସ୍ଵାଇଁ, ମାନଶ ଦାଶ, ବିବେକାନନ୍ଦ ବାରିକ, ଧୀରେନ୍ଦ୍ର ଟହଲ, ସନ୍ୟାସୀ ନାୟକ, ଅଶ୍ଵୀନ ସାହାନୀ, ପଞ୍ଚୁ ସାହୁ, ଶୁଭେନ୍ଦୁ ପଲେଇ ପ୍ରମୁଖ ବହୁ ନେତ୍ତୃବର୍ଗ ଏହି “ପ୍ରାୟଶ୍ଚିତ ସତ୍ୟାଗ୍ରହ”ରେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.