ପାଇକମାଲ ପ୍ରାଥମିକ ଶିକ୍ଷକ ସମୂହ ସାଙ୍ଗଠନିକ ବୈଠକ ଅନୁଷ୍ଠିତ : ତିନି ଦଫା ଦାବୀ ନେଇ ବିଧାୟିକାଙ୍କୁ ଦେଲେ ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ସ୍ଥିତ ଧର୍ମଶାଳାରେ ପାଇକମାଲ ବ୍ଲକର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଡୋଳାମଣି ମାହାରଙ୍କ ଅଧ୍ୟକ୍ଷତାରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ବ୍ଲକ ନୂତନ ପେନ୍‌ସନ୍‌ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ନିରାକାର ପ୍ରଧାନ, ଏକ୍ସ କ୍ୟାଡର ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଲମ୍ବୋଦର ଦାସ, ନିଖିଳ ଭାରତ ପ୍ରାଥମିକ ଶିକ୍ଷକ ସଂଘ ଜିଲ୍ଲା ସଭାପତି ମହାଦେବ ବେହେରା ମଞ୍ଚାସୀନ ରହିଥିଲେ । ପାଇକମାଲ ବ୍ଲକ ମିଳିତ ଶିକ୍ଷକ ସଂଘ ଗଠନ କରାଯାଇଥିଲା । ମିଳିତ ମଞ୍ଚ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଭାବେ ସର୍ବସମ୍ମତି କ୍ରମେ ମହାଦେବ ବେହେରା ସଭାପତି, ସନ୍ତୋଷ ମେହେର, ସୁନାଧର ଡନସନା, ଲମ୍ବୋଦର ଦାସ ଉପସଭାପତି, ନାରାୟଣ ମେହେର ସମ୍ପାଦକ, ମାଧବ ସାହୁଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଆହ୍ୱାନ କ୍ରମେ ତିନି ଦଫା ଦାବୀ ଆଗାମୀ ୧୫ ତାରିଖ ସୁଦ୍ଧା ପୂରଣ ନ ହେଲେ ଆଗାମୀ ଆନ୍ଦୋଳନରେ ସମୂହ ଭାବେ ସମସ୍ତ ବର୍ଗର ଶିକ୍ଷକ ସାମିଲ ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଗଲା । ଏହି ବୈଠକକୁ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହାଙ୍କୁ ଆମନ୍ତ୍ରଣ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିନି ଦଫା ଦାବୀ ପତ୍ର ପ୍ରଦାନ କରାଯିବା ସହ ପାଇକମାଲ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପାଇଁ ଏକ ଶିକ୍ଷକ ଭବନ ନିର୍ମାଣ କରିବାକୁ ଜମି ଓ ଅନୁଦାନ ପ୍ରଦାନ କରିବାକୁ ଲିଖିତ ଅନୁରୋଧ କରାଯାଇଥିଲା । ବୈଠକ ପରିଚାଳନାରେ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଉପସଭାପତି ବୈଷ୍ଣବ ପଣ୍ଡା, ସମ୍ପାଦକ ଚକ୍ରଧର ଅଜଗର, କୋଷଧ୍ୟକ୍ଷ ରଞ୍ଜନ ବାଗ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.