csstore

ପୋଲିସ ହାଇସ୍କୁଲ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମନୋହରପୁର ପୋଲିସ ହାଇସ୍କୁଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରାଟ କେଶରୀ ପ୍ରଧାନଙ୍କ ସଭାପତିତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ରାଜେନ୍ଦ୍ର ବନ୍‌ଛୋର, ଶିକ୍ଷକ ସୋରୋଜ କୁମାର ମାଝି, କୃଷ୍ଣପ୍ରିୟା ପଣ୍ଡା, ସରତ ନାଗ ଓ ୨୦୦୪ ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ନିରୂପମା ସାହୁ, ସାଗରିକା ମିଶ୍ର, ସୁଜାତା ସାହୁ, ମଞ୍ଜୁଲତା ଭୋଇ, ଜ୍ୟୋତିର୍ମୟୀ ବାଗ, ସୁଦର୍ଶନ ସାହୁ, ସଞ୍ଜୀବ ପୁରୋହିତ, ସତ୍ୟ ତ୍ରିପାଠୀ, କିଙ୍ଗକଙ୍ଗ ବେହେରା, ସୁରେନ୍ଦ୍ର ଭୋଇ, ଶାନ୍ତିରାଜ ବାରିକ, ଭୂଷଣ ଚନ୍ଦ୍ର ବାଗ, ଶଙ୍କର ବାଗ, ବନ୍ଦିସ ପଣ୍ଡା, ଟିକେଶ୍ଵର ପ୍ରଧାନ, ରାମ ପାତ୍ର ଉପସ୍ଥିତ ରହି ପରିବେଶ ସୁରକ୍ଷା ଆମର ଦାୟିତ୍ଵ ସଂକଳ୍ପ ନେଇ ସ୍ଵତଃ ପ୍ରବୃତ ବୃକ୍ଷ ରୋପଣ କରିଥିଲେ ଏବଂ ଆଗାମୀ ଦିନରେ ସ୍କୁଲର ପ୍ରତ୍ୟେକ କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ନିଷ୍ପତି ନିଆଗଲା ।

jayashree
Leave A Reply

Your email address will not be published.