csstore

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦ୍ୱିତୀୟ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୧୭୫ ଜଣ ଅଭିଭାବକ ଯୋଗଦାନ କରିଥିଲେ । ସଭାରେ କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପଳଜୀ ପ୍ରସାଦ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ସୁରେନ୍ଦ୍ର କୁମାର ଭୋଇ ଅଭିଭାବକମାନଙ୍କୁ ସ୍ଵାଗତ ଅଭିଭାଷଣ ଦେବା ସହ ଓଡ଼ିଶା ସରକାରଙ୍କ ଶୈକ୍ଷିକ ଅଭିବୃଦ୍ଧି ପାଇଁ ଶିକ୍ଷଣ ସାମଗ୍ରୀ ଯୋଗାଣ ବିଷୟରେ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ଚେୟାର ପର୍ସନ ବିନିଲତା ସାହୁ ଓ ଭାଇସ୍ ଚେୟାର ପର୍ସନ ନମିତା ସାହା ଯୋଗ ଦେଇଥିଲେ । ବୈଠକରେ ବିଦ୍ୟାଳୟ ଶିକ୍ଷୟିତ୍ରୀ ସଂଯୁକ୍ତା ଭୋଇ ସୁରଭି ଏବଂ ସ୍ୱଚ୍ଛତା ପକ୍ଷ ପାଳନ ସମ୍ବନ୍ଧରେ ସୂଚନା ଦେଇଥିଲେ । ମାନସ ରଂଜନ ଶତପଥି ସାଇବର ସଚେତନତା ଓ ଶିକ୍ଷାର୍ଥୀଙ୍କ ନିରାପତ୍ତା ପାଇଁ ଅଭିଭାବକମାନଙ୍କୁ ବିଶେଷ ଗୁରୁତ୍ଵ ଦେବା ପାଇଁ ବୁଝାଇଥିଲେ । ଜ୍ୟୋତିରେଖା ମହାନନ୍ଦ ଧନ୍ଦାମୂଳକ ଶିକ୍ଷା ଓ ମୁକ୍ତ ବିଦ୍ୟାଳୟ ବିଷୟରେ ଆଲୋକପାତ କରିଥିଲେ । ବାଲ୍ୟ ବିବାହକୁ ନିରୁତ୍ସାହିତ କରିବା ପାଇଁ ବୃନ୍ଦାବନ ଦାସ ଅଭିଭାବକମାନଙ୍କୁ ସଚେତନ କରିଥିବା ବେଳେ ଜୀବନାନନ୍ଦ ସାହୁ ପିଲାଙ୍କୁ ମାଗଣା ପୁସ୍ତକ, ପୋଷାକ, ଟି ସାର୍ଟ, ପ୍ୟାଣ୍ଟ ଆଦି ଯୋଗାଣ ବ୍ୟବସ୍ଥା ସମ୍ବନ୍ଧରେ ଅବଗତ କରାଇଥିଲେ ।ପିଲାଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ହାଉସ୍ ସିଷ୍ଟମ୍‌ର ଭୂମିକା ବିଷୟରେ ଶିକ୍ଷୟତ୍ରୀ ରବୀନା ପଧାନ ସମ୍ୟକ୍ ଧାରଣା ଦେଇଥିଲେ । ଶିକ୍ଷାର୍ଥୀମାନଙ୍କୁ ମାନସିକ ଚାପରୁ କିପରି ଦୂରେଇ ରଖିବା ସେ ସମ୍ବନ୍ଧରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ସାହୁ କିଛି ପରାମର୍ଶ ଦେଇଥିଲେ । ଶେଷରେ ଅଭିଭାବକମାନେ ବିଦ୍ୟାଳୟର ଉନ୍ନତି ପାଇଁ ନିଜର ବହୁମୂଲ୍ୟ ପ୍ରସ୍ତାବ ରଖିଥିଲେ । ସଭାକୁ ସଫଳ କରିବା ପାଇଁ ଚକ୍ରଧର ନାୟକ, ମମତା ମିଶ୍ର, ପ୍ରଭାତୀ ପଟ୍ଟନାୟକ, ନିଳୀମା ରାଣୀ ମହାନ୍ତି, ସୁଷମା ଦାଶ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ, କମଳା କୁମ୍ଭାର ସହାୟତା କରିଥିଲେ ।

jayashree
Leave A Reply

Your email address will not be published.