jayashree

ଗଛ ବଞ୍ଚିଲେ ପ୍ରାଣୀ ଜଗତ ବଞ୍ଚିବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଟିପୁରୀ ଗ୍ରାମର ତରଣିସେନ ସ୍ୱାଇଁଙ୍କ କୁନି ପୁଅ ପ୍ରଦ୍ୟୁମ୍ନଙ୍କ ଜନ୍ମଦିନ ଅବସରରେ କଲ୍ୟାଣପୁର ପ୍ରଦୀପ ମହାରଥି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ “ଗଛ ବଞ୍ଚିଲେ ପ୍ରାଣୀଜଗତ ବଞ୍ଚିବ” ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ପ୍ରଦୀପ କୁମାର ମହାନ୍ତି, ଗୀତାଞ୍ଜଳି ପ୍ରଧାନ, ସ୍ୱର୍ଣ୍ଣଲତା ପ୍ରଧାନ, ରାଜେଶ୍ୱରୀ ରାଉତ, ତ୍ରିଲୋଚନପୁର ସରପଞ୍ଚ ପ୍ରତିନିଧି ଗୁଣନିଧି ପାତ୍ର, ସାମାଜିକକର୍ମୀ ନିମାଇଚରଣ ହରିଚନ୍ଦନ, କବି ଅଧିକାରୀ ସ୍ୱାଇଁ, ପ୍ରାକ୍ତନ ଶିକ୍ଷକ ସୁକାନ୍ତ କୁମାର ସାମନ୍ତରାୟ, କରିମୂଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଲତା ଜେନା, ଶିକ୍ଷୟତ୍ରୀ ବିନୋଦିନୀ ରାଉତରାୟ ପ୍ରମୁଖ ଯୋଗଦେଇ ଛାତ୍ରୀମାନଙ୍କୁ ଜୀବଜଗତରେ ବୃକ୍ଷର ଭୂମିକା ଗୁରୁତ୍ୱପୂର୍ଣ୍ଣ, ବୃକ୍ଷ ଓ ମାନବ ସଭ୍ୟତାର ପରସ୍ପର ପରିପୂରକ ସମ୍ପର୍କରେ ସଚେତନ କରାଯାଇଥିଲା । ପରିଶେଷରେ ଅତିଥିମାନଙ୍କ ଦ୍ୱାରା କରିମୂଲ ପ୍ରାଥମିକ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆମ୍ବ, ନଡିଆ, ଗୁଆ, ଅଁଳା, ବେଲ ଓ ଔଷଧୀୟ ଗୁଳ୍ମ ତୁଳସୀ ପ୍ରଭୃତି ଚାରା ରୋପଣ କରାଯାଇଥିବା ବେଳେ ସାମାଜିକକର୍ମୀ ବିଶ୍ୱଜିତ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.