csstore

ସହିଦ ରେଣ୍ଡୋ ମାଝୀ ସ୍ମୃତି ପୀଠ ଓ ପ୍ରାଚୀନ ସାଙ୍କୁଶ ମନ୍ଦିର ସୋନ୍ଦର୍ଯ୍ୟକରଣ ପାଇଁ ଭୂମି ପୂଜନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ସହିଦ ରେନ୍ଦୋ ମାଝୀ ସ୍ମୃତି ପୀଠ ଓ ପ୍ରାଚୀନ ଶୈବ ପୀଠ ସାଙ୍କୁଶ ଶିବ ମନ୍ଦିରର ସୋନ୍ଦର୍ଯ୍ୟକରଣ ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଉର୍ଲାଦାନୀ ପଞ୍ଚାୟତ ନିକଟରେ ଥିବା ସହିଦ ସ୍ମୃତି ପୀଠ ଓ ସାଙ୍କୁଶ ଶିବ ମନ୍ଦିରରେ ଆଜି ନର୍ଲା ବିଧାୟକ ଭୂପିନ୍ଦର ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ମ.ରାମପୁର ବ୍ଲକ୍ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ଜିଲ୍ଲା ପରିଷଦ ସଦସ୍ୟା ମଞ୍ଜୁଲତା ଧରୁଆ, ମ.ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ଭୋଇ, ଉର୍ଲାଦାନୀ ସରପଞ୍ଚ ସୁପ୍ରିୟା ମାଝୀ, ମ,ରାମପୁର ବ୍ଲକ୍ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀ ପ୍ରମୁଖ ଉପସ୍ଥିତ ରହି ସହିଦ ରେଣ୍ଡୋମାଝି ପୀଠର ବିକାଶ ନିମନ୍ତେ ପୂଜାର୍ଚ୍ଚନା କରିଥିଲେ । କାର୍ଯ୍ୟକ୍ରମରେ ଏହି ଅବସରରେ ଆଦିବାସୀ ଅଧ୍ୟୁଷିତ ଉର୍ଲାଦାନି ଗ୍ରାମ ପଞ୍ଚାୟତ ଅଞ୍ଚଳର ଜନ ସାଧାରଣଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

jayashree
Leave A Reply

Your email address will not be published.