oom

ଅବକାରୀ ବିଭାଗ ଦ୍ୱାରା କଂଟାବାଂଜି ରେଲବାଇ ଷ୍ଟେସନରୁ ୧୩ କେଜି ୭୦୦ ଗ୍ରାମ ଗଂଜେଇ ଜବତ : ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

jsmm

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅବକାରୀ ବିଭାଗ ଦ୍ୱାରା ମଂଗଲବାର ଦିନ ସ୍ଥାନୀୟ ରେଲବାଇ ଷ୍ଟେସନ ପ୍ଲାଟ ଫର୍ମ ନଂ.୧ରୁ ଜଣେ ବ୍ୟକ୍ତିଙ୍କ ଠାରୁ ୧୩କେଜି ୭୦୦ ଗ୍ରାମ ଗଂଜେଇ ଜବତ କରାଯାଇଛି । କଂଟାବାଂଜି ଅବକାରୀ ବିଭାଗ ଦ୍ୱାରା ମିଳିଥିବା ସୂଚନା ଅନୁସାରେ ଗୁଜରାଟ ନିବାସି/ପୋଷ୍ଟ/ଥାନା ଆନନ୍ଦ ସହରର ଫର୍ଦ୍ଦିନ ଭାଇ ଭୋହରା (୨୨) ପିତା- ଫିରୋଜ ଭାଇ ଭୋହରାଠାରୁ ଏହା ଜବତ ହୋଇଛି । ବ୍ୟକ୍ତି ଜଣକ କଂଟାବାଂଜି ଅଂଚଳରୁ ନିୟମିତ ଭାବେ ଗୁଜରାଟ ରାଜ୍ୟକୁ ଗଂଜେଇ ଚାଲାଣ କରୁଥିବା ଘଟଣା ଅବକାରୀ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ମଂଗଲବାର ଦିନ କଂଟାବାଂଜିରୁ ଅଜମେର ଅଭିମୁଖେ ଯାଉଥିବା ସୁପରଫାଷ୍ଟ ଟ୍ରେନରେ ଯିବା ପାଇଁ ପ୍ଲାଟଫର୍ମ ନଂ.୧ରେ ଅପେକ୍ଷା କରୁଥଲା । ଏହି ଖବର ଜାଣିବା ପରେ କଂଟାବାଂଜି ଅବକାରୀ ବିଭାଗ କର୍ମଚାରୀ ଏବଂ ରେଲବାଇ ପୋଲିସ(ଆର୍‌.ପି.ଏଫ୍‌) ମିଳିତ ଭାବେ ଚଢାଉ କରିଥିଲେ । ଚଢାଉ ବେଳେ ଏକ ବସ୍ତାରୁ ୧୩ କେଜି ୭୦୦ ଗ୍ରାମ ଗଂଜେଇ ଜବତ କରାଯାଇ ଅଭିଯୁକ୍ତ ଫର୍ଦ୍ଦିନକୁ ଗିରଫ କରାଯାଇଛି । କଂଟାବାଂଜି ଅବକାରୀ ଥାନା କେସ ନଂ. ୨୨/୮.୮.୨୦୨୩ ରୁଜୁ କରି ସ୍ଥାନୀୟ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଂଜୁର ହେବାରୁ ସ୍ଥାନୀୟ ବିଚାର ବିଭାଗୀୟ ସବ୍‌ ଜେଲକୁ ପଠାଯାଇଛି । ଏହି ଚଢାଉରେ କଂଟାବାଂଜି ଅବକାରୀ ରେଂଜ ଅଫିସର ସଚିନ ବେହେରା, ଏ.ଏସ୍‌.ଆଇ.ଆର୍ତତ୍ରାଣ ବୋହିଦାର, କନେଷ୍ଟେବଲ ଦେବାର୍ଚ୍ଚନ ଭୁଏ, ରଂଜନ ମିଶ୍ର, ମହିଳା କନେଷ୍ଟେବଲ ମମତା ବେହେରା ସହ କଂଟାବାଂଜି ଆର.ପି.ଏଫ୍‌. ଥାନା ଅଧିକାରୀ ଏନ.ଜି. ରମଣ, ଏସ.ଆଇ.ସୁଦାମ ଚରଣ ପଣ୍ଡା, ଏ.ଏସ.ଆଇ. ଡି.ଏନ.ଭାଟି, କନେଷ୍ଟେବଲ ଏ.କେ.ବେହେରା ସହ ଟିଟିଲାଗଡ ସି.ଆଇ.ବି.କର୍ମଚାରୀ ସାମିଲ ଥିଲେ ।

jittmm
Leave A Reply

Your email address will not be published.