oom

କୁଲୁତା ସମାଜ ବଲାଙ୍ଗିର ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଁ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କ କରୁଣାରୁ ରବିବାର ଦିନ କୁଲୁତା ସମାଜ ବଲାଙ୍ଗିର ତରଫରୁ ସମାଜର ସେବା ସଦନ ଖୁଜେନପାଲି ସ୍ଥିତ ନିର୍ଦ୍ଧାରିତ ସ୍ଥାନରେ ସମାଜର ସଭାପତି ରବିନ୍ଦ୍ର କୁମାର ପଧାନଙ୍କ ନେତୃତ୍ୱରେ ୧୫୦ ଗୋଟି ବୃକ୍ଷ ରୋପଣ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୁଲୁତା ସମାଜର ଉପସଭାପତି ଜ୍ୟୋସ୍ନାମୟୀ ପଧାନ ଓ ବୁଡୁ ପଧାନ, ସମ୍ପାଦକ ବିଦେଶୀ ପଧାନ, କୋଷାଧ୍ୟକ୍ଷ ଅଜିତ କୁମାର ଭୋଇ, ସହ ସଂପାଦକ ମଧୁ ସାହୁ, ପାରିଚାଳନା କମିଟି ସଭ୍ୟ ରାଜେନ୍ଦ୍ର ସାହୁ, ସାନ୍ତନୁ କୁମାର ଭୋଇ, ସୁଧୀର ଭୋଇ, ବରିଷ୍ଠ ସଭ୍ୟ ସୋମନାଥ ସାହୁ, ପୂର୍ବତନ ସଭାପତି ସୁରଥ ପଧାନ, ମହିଳା ମଣ୍ଡଳର ଯାମିନି ଭୋଇ, ସୁଜାତା ପଧାନ, ଯୁବ ସାମୁଖ୍ୟ ସଂଯୋଜକ ସୁଦର୍ଶନ ସାହୁ, ସଞ୍ଜିବ କୁମାର ସାମଲ, ସୂର୍ଯ୍ୟ ଭୋଇ, ରୂପକ ପଧାନ, ସତ୍ୟ ଗଡତ୍ୟା, ଶ୍ରୀନିବାସ ସାହୁ, ଚୈତନ୍ୟ ସା, ଟିକେଶ୍ୱର ପଧାନ, ସଞ୍ଜୟ ଭୋଇ, ବିକାଶ ବାରିକ, ଗୋବର୍ଦ୍ଧନ ପଧାନ, ଯାଦବ ଚନ୍ଦ୍ର ଭୋଇ, ଅଗ୍ନି ପଧାନ ସହିତ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ବୃକ୍ଷ ହିଁ ଆମ ଜୀବନ, ପରିବେଶ ସୁରକ୍ଷା ଆମ ଦାୟିତ୍ୱ ସଂକଳ୍ପ ନେଇ ସ୍ୱତଃ ପ୍ରବୃତ୍ତ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ପୁରୁଷୋତ୍ତମ ସାହୁ, ବୁଡୁ ପଧାନ, ପ୍ରହଲ୍ଲାଦ ଭୋଇ, ସଞ୍ଜିବ ପଧାନ, ଜିତେନ୍ଦ୍ର ଭୋଇ, ସୁଧୀର ଭୋଇ, ପ୍ରତାପ କେଶରୀ ବେହେର ଆଦି ବଦାନ୍ୟ ବ୍ୟକ୍ତିମାନେ ସେବା ସଦନର ଉନ୍ନତି ତଥା ବିକାଶ ପାଇଁ ଅର୍ଥ ରାଶି ଦାନ ଘୋଷଣା କରିଥିଲେ । ସହଦେବ ପଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ସଠିକ୍‌ ମାର୍ଗଦର୍ଶନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ ହୋଇଥିଲା ।

jittmm
Leave A Reply

Your email address will not be published.