ରେଡକ୍ରସ ସୋସାଇଟି ତରଫରୁ ହାଇଜେନିକ କିଟ୍‌ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାରୁ ଯୋଗାଇଥିବା ହାଇଜେନିକ୍‌ କିଟ୍‌କୁ ବଲାଙ୍ଗିର ଜିଲ୍ଲା ଜୁନିୟର ରେଡକ୍ରସ ସୋସାଇଟି ତରଫରୁ ବଲାଙ୍ଗିର ସହର ପଥରଚେପା ସ୍ଥିତ ପାର୍ବତୀଗିରି ବାଲ ନିକେତନ ଓ ଅଦୃଶା ଶିଶୁ ଘର ଅନ୍ତବାସୀଙ୍କୁ ବଣ୍ଟନ କରାଯାଇଛି । ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଶିକ୍ଷା ଅଧିକାରୀ କେଶବ ମେହେର ଯୋଗଦେଇ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଉପରେ ମତବ୍ୟକ୍ତ କରିଥିଲେ । ସାଧନକର୍ମୀ ରାମ ନାରାୟଣ ଦାଶ ହାତ ଧୁଆର ୬ ଗୋଟି ସୋପାନ ପ୍ରଦର୍ଶନ ମାଧ୍ୟମରେ ବୁଝାଇଥିଲେ । ପରେ ଉଭୟ ପାର୍ବତୀଗିରି ବାଲ ନିକେତନ ଓ ଅଦୃଶା ଶିଶୁ ଘର ଅନ୍ତେବାସୀଙ୍କୁ ହାଇଜେନିକ୍‌ କିଟ୍‌ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ତଥା ଜୁନିୟର ରେଡକ୍ରସ ସଂପାଦକ ଅନ୍ତର୍ଯ୍ୟାମୀ ବିଶ୍ୱାଲ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ରେଡକ୍ରସ କର୍ମୀ ହେମନ୍ତ ପ୍ରଧାନ, ପାର୍ବତିଗିରି ବାଲ ନିକେତନ ସଂପାଦିକା ସଂସ୍କୃତି ପଟ୍ଟନାୟକ, ଆଶିଷ କୁମାର ଖମାରୀ, ସୋନମ ସାହୁ, ପ୍ରଶନ୍ନ ସାହୁ, ଦଶରଥ ଦାଶ, ଅଲ୍ଲୀ ପ୍ରଧାନ, କୌଶଲ୍ୟା ବାରିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସାଧନକର୍ମୀ ବିକାଶ ରଂଜନ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ରବିନ୍ଦ୍ର ଠେଟୁଆଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.