ଜିଲ୍ଲପାଳଙ୍କ ଝରାପଡା ବସ୍ତି ପରିଦର୍ଶନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ ଆଜି ବିନିକା ବ୍ଲକ ସେଲେଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝରାପଡ଼ା ପରିଦର୍ଶନ କରି ବସ୍ତିରେ ବସବାସ କରୁଥିବା ୨୦ଟି ପରିବାରର ମୁଖ୍ୟ ତଥା ସଦସ୍ୟଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ସେମାନଙ୍କ ସହିତ ବାର୍ତ୍ତାଲାପ କରିଛନ୍ତି । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଉପସ୍ଥିତ ଥିବା ତହସିଲଦାର ବିନିକା ମୁକ୍ତେଶ୍ଵର ପାଣିଗ୍ରାହୀ ଓ ଆର୍‌ଆଇ ସେଲେଡିଙ୍କୁ ବସ୍ତିରେ ବସବାସ କରୁଥିବା ପ୍ରତ୍ୟେକ ପରିବାରର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ନିର୍ଦେଶ ଦେଇଛନ୍ତି । ସେମାନଙ୍କ ବର୍ତ୍ତମାନ ସ୍ଥିତିରେ ରହିବା ପାଇଁ ତୁରନ୍ତ ଆବଶ୍ୟକ ପଲିଥିନ ପ୍ରଦାନ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଶ୍ରୀ ରାୟ । ତହସିଲଦାରଙ୍କଠାରୁ ପରିବାର ଗୁଡିକର ବିସ୍ତୃତ ତଥ୍ୟ ହସ୍ତଗତ ହେବା ପରେ ସେମାନଙ୍କୁ ଆବଶ୍ୟକ ସହାୟତା କରାଯିବ ବୋଲି ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

jittmm
Leave A Reply

Your email address will not be published.