ସ୍ୱାସ୍ଥ୍ୟ ଓ ଔଷଧ ପତ୍ର କ୍ଷେତ୍ରରେ ଭାରତ ଓ ସୁରିନାମ ମଧ୍ୟରେ ସହଯୋଗ ନେଇ ବୁଝାମଣାପତ୍ରକୁ କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଓ ସୁରିନାମ ମଧ୍ୟରେ ସ୍ୱାସ୍ଥ୍ୟ ଓ ଔଷଧପତ୍ର ସଂକ୍ରାନ୍ତ ସହଯୋଗ ନେଇ ବୁଝାମଣାପତ୍ରକୁ ଅନୁମୋଦନ କରାଯାଇଛି ।

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ସୁରିନାମ ସାଧାରଣତନ୍ତ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ସ୍ଵାକ୍ଷର ହେବାକୁ ଥିବା ବୁଝାମଣାପତ୍ର ଯୋଗୁଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈଷୟିକ ସହଯୋଗ ଓ ବିକାଶ ବୃଦ୍ଧି ପାଇବ । ଦୁଇ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ଅଭିଜ୍ଞତାର ଆଦାନପ୍ରଦାନ ଓ ପାରସ୍ପରିକ ସହଯୋଗ ଭିତ୍ତିକ ଗବେଷଣା ଯୋଗୁଁ ଏହା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ସହାୟକ ହେବ ।

ବୁଝାମଣାପତ୍ରର ମୌଳିକ ବୈଶିଷ୍ଟ୍ୟ
(କ) ଦୁଇ ଦେଶ ମଧ୍ୟରେ ମେଡିକାଲ, ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ତାଲିମ ବିନିମୟ
(ଖ) ମାନବ ସମ୍ବଳ ବିକାଶରେ ସହାୟତା ଓ ସ୍ୱାସ୍ଥ୍ୟ ସୁଧାର କାର୍ୟ୍ୟକ୍ରମ
(ଗ) ସ୍ୱାସ୍ଥ୍ୟ କ୍ଷେତ୍ରରେ ନିୟୋଜିତ ମାନବ ସମ୍ବଳର ସ୍ୱଳ୍ପ ମିଆଦି ତାଲିମ
(ଘ) ଫାର୍ମାସ୍ୟୁଟିକାଲ ମେଡିକାଲ ଉପକରଣ ଓ କସ୍ମେଟିକ୍ସର ନିୟନ୍ତ୍ରଣ ଓ ତଥ୍ୟର ଆଦାନପ୍ରଦାନ
(ଙ) ଫାର୍ମାସ୍ୟୁଟିକାଲ କ୍ଷେତ୍ରରେ ବ୍ୟାବସାୟିକ ବିକାଶର ସୁବିଧା ସୁଯୋଗ
(ଚ) ଦେଶୀୟ ଔଷଧପତ୍ରର ଆହରଣ ଓ ଔଷଧପତ୍ର ଉତ୍ସରୁ ଯୋଗାଣ ସମ୍ପର୍କୀୟ ସହାୟତା
(ଛ) ସ୍ୱାସ୍ଥ୍ୟ ଉପକରଣ ଓ ଫାର୍ମାସ୍ୟୁଟିକାଲ ସାମଗ୍ରୀ ଆହରଣ
(ଜ) ତମାଖୁ ନିୟନ୍ତ୍ରଣ
(ଝ) ମାନସିକ ସ୍ଵାସ୍ଥ୍ୟର ବିକାଶ
(ଞ) ମାନସିକ ଅବସାଦର ସଅଳ ଚିହ୍ନଟ ଓ ପରିଚାଳନା
(ଟ) ଡିଜିଟାଲ ସ୍ୱାସ୍ଥ୍ୟ ଓ ଟେଲିମେଡ଼ିସିନ
(ଠ) ଉଭୟ ପକ୍ଷର ସହମତିରେ ଆଉ ଯାହା ଆବଶ୍ୟକ

Leave A Reply

Your email address will not be published.