ବଲାଙ୍ଗିରର ଜେଏସ୍‌ଏମ୍‌ ବାଣିଜ୍ୟ ଏବଂ କଳା କଲେଜ ଦ୍ୱାରା ବୃକ୍ଷ ରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୃକ୍ଷ ରୋପଣ ମହତ୍ୱପୂର୍ଣ୍ଣ ଅଟେ କାରଣ ଏହା ଆମର ଖାଦ୍ୟପେୟ ଏବଂ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ଆମର ମୌଳିକ ଆବଶ୍ୟକତା ସହିତ ଜଡିତ ଅଟେ । ଏହି ଆବଶ୍ୟକତା ବ୍ୟତୀତ, ବୃକ୍ଷ ରୋପଣ ବିବିଧତା ସଂରକ୍ଷଣ କରନ୍ତି, ଜଳ ସଂରକ୍ଷଣ କରନ୍ତି, ମାଟି ସଂରକ୍ଷଣ କରନ୍ତି ଏବଂ ଜଳବାୟୁକୁ ନିୟନ୍ତ୍ରଣ କରନ୍ତି । ଚେୟାରମ୍ୟାନ୍ ସିଏ ଶ୍ରୀକାନ୍ତ ଶର୍ମା ଏବଂ ନିର୍ଦ୍ଦେଶିକା ଶ୍ରୀମତୀ ସୁମନ ଶର୍ମାଙ୍କ ନେତୃତ୍ୱରେ ବଲାଙ୍ଗିରର ଜେଏସ୍‌ଏମ୍‌ ବାଣିଜ୍ୟ ଏବଂ କଳା କଲେଜ ଦ୍ୱାରା ବନ ମହୋତ୍ସବ ୨୦୨୩ ପାଳନ ଉଦେଶ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି । ଏହି ଅବସରରେ କଲେଜର ଛାତ୍ରଛାତ୍ରୀ ତଥା କଲେଜର ଯୁବ ରେଡକ୍ରସ୍ ୟୁନିଟ୍ ଦ୍ୱାରା ସଦେଇପାଲି ସ୍ଥିତ ସୋଲାର ପ୍ଲାଣ୍ଟର ସାମନାରେ ରହିଥିବା କଲେଜର ଜମିଠାରେ ୫୦ରୁ ଅଧିକ ଚାରା ରୋପଣ କରାଯାଇଥିଲା ଏବଂ ସେହି ଚାରାଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱ ଛାତ୍ରମାନଙ୍କୁ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ କଲେଜ କର୍ମକର୍ତ୍ତା ଶୈଲେସ ପାଲ, ନିରୋଜ ମିଶ୍ର, ରତିକାନ୍ତ ଦଲାଇ ଏବଂ ଶ୍ରୀମତୀ ହିମାନୀ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!