ବଲାଙ୍ଗିର ଅମଲା ସଙ୍ଘ ତରଫରୁ ଅମଲା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ଅମଲା ଦିବସ ଏହି ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ଅମଲା ଭବନ ଠାରେ ଏକ ସଭା ସହ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ଅମଲା ସଂଘର ପୂର୍ବତନ ସଭାପତି ଶତ୍ରୁଘ୍ନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂଘର ସାଂଗଠନିକ ରୂପ ରେଖ ତଥା ଅମଲା ମାନଙ୍କ ନାର୍ଯ୍ୟ ଦାବୀ ୪୨୦୦ ଗ୍ରେଡ ପେ ଉପରେ କେମିତି ସରକାର୍ ଶୀଘ୍ର ପୁରଣ କରିବେ, ତା’ପରେ ଆଲୋକପାତ କରିଥିଲେ । ସଂଘର ଉପଦେଷ୍ଟା ହରିବନ୍ଧୁ ପାଣି, ମିଳିତ ଅମଲାମଞ୍ଚର ଅଧ୍ୟକ୍ଷ ବୀରେନ୍ଦ୍ର ବନଛୋର୍ , ଅବସରପ୍ରାପ୍ତ ଅମଲା ଶିବ ରଥ ମଞ୍ଚାସୀନ ହୋଇଥିଲେ । ସକାଳୁ ଅମଲା ଭବନ ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରିବା ସହ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଶତାଧିକ ଅମଲା୍ୱାନେ ଯୋଗ ଦେଇ ଅମଲା ସଂଘର ଆଗାମୀ କାର୍ଯ୍ୟପନ୍ଥା ଉପରେ ବିଭିନ୍ନ ଆଲୋଚନା କରିଥିଲେ । ମିଡିଆ ସମ୍ପାଦକ ଅର୍ଜୁନ କୁମାର ସାହୁ ସ୍ଵାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ସଭ୍ୟ ସୁଧୀର କୁମାର ତ୍ରିପାଠୀ ସଭା ପରିଚାଳନା କରିଥିଲେ । ଶେଷରେ ସହ ସମ୍ପାଦକ ଶ୍ରୀନିବାସ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ସଭ୍ୟ ଚୈତ୍ୟନ ନାଏକ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ଭୋଇ, କଲ୍ୟାଣ ଉଦଗାତା, ରାଜେନ୍ଦ୍ର ପ୍ରତାପ ସିଂଦେଓ, ଦୂର୍ଗାଶକ୍ତି କୁମ୍ଭାର, ସୁଶାନ୍ତ କୁମାର ମିଶ୍ର, ଶ୍ରୀକାନ୍ତ ଦାସ, ଅରୁଣ ହୋତା , ବ୍ରଜରାଜ ମନହିରା, ଆଲୋକ ନାଏକ, ମନୋଜ ବନଛୋର, ଆଶିଷ ଭଞ୍ଜଦେଓ, ସତ୍ୟ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.