csstore

କେଜିବିଭି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ପୋନିସୁଗର କଲୋନି ସ୍ଥିତ କସ୍ତୁରବା କାନ୍ଧୀ ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମମତା ମିଶ୍ରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସଭାରେ ବ୍ଲକର ଏବିଇଓ ତଥା ବିଆର୍‌ସିସି ଅଜିତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏବିଇଓ କବିରାଜ ମାଝୀ, ଶ୍ରଦ୍ଧାକର ସାହୁ, ସିଆର୍‌ସିସି ପଦ୍ମଲୋଚନ ସୁନା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନିଳମଣୀ ଦୀପ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ପୂର୍ବତନ ସିଆର୍‌ସିସି ସଞ୍ଜିବ ଷଡ଼ଙ୍ଗୀ ସଭା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଯାଜ୍ଞସେନୀ ସରାଫ, ସୁଧାସିଶ ପାଣିଗ୍ରାହୀ, ଅନିଲ ନାୟକ, ଆଦିତ୍ୟ ନାରାୟଣ ଦାଶ, ବିରେନ୍ଦ୍ର ବାରିକ, ଇଶ୍ୱର କରନ, ସୁବାସିନୀ ବାବୁ ଏବଂ ସ୍ଥାନୀୟ ହଷ୍ଟେଲର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.