ବିପଦ ସଙ୍କୁଳ ଅବସ୍ଥାରେ ବଲାଙ୍ଗିର କଲେଜ ଛକରୁ ଓମେନ୍ସ କଲେଜ ରାସ୍ତା : ଜିଲ୍ଲା ପ୍ରଶାସନର ନିଘା ନାହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କଲେଜ ଛକରୁ ଓମେନ୍ସ କଲେଜ ରାସ୍ତା ଏବେ ଖାଲ ଖମାରେ ଭର୍ତ୍ତି ହୋଇ ପଡିଥିବା ବେଳେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଏହି ରାସ୍ତା ଦେଇ ଅନେକ କୋମଳମତି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଅହରହ ଯାତାୟତ କରନ୍ତି । କେତେବେଳେ ବି କୌଣସି ଅଘଟଣ ଘଟିପାରେ । ହେଲେ କାହାରି ବି ନିଘା ନାହିଁ । ଆହୁରି ମଧ୍ୟ ବର୍ଷା ଟିକିଏ ହେଲେ ଏହି ରାସ୍ତା ଜଳମୟ ହେଇଯାଉଥିବା ଦେଖିବାକୁ ମିଳେ । ଯୋଉଁଟା କି ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା କୋମଳମତି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପ୍ରତି ବିପଦ । ତେବେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ସହ ଅତି ଶୀଘ୍ର ମରାମତି କରିବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.