ମଦନପୁରରେ ବହୁଡାଯାତ୍ରା, ବାହୁଡ଼ିଲେ ତିନି ଠାକୁର

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜ଼ୀଲ୍ଲା ମ.ରାମପୁର ବ୍ଲକ ମଦନପୁର ଠାରେ ମହିଳା କୀର୍ତ୍ତନ ମଣ୍ଡଳୀର ତାଳେ ତାଳେ ଓ ବହୁ ଭକ୍ତଙ୍କ ଭିଡରେ ଗୁଣ୍ଡିଚା ମନ୍ଦିର ଆସିଥିଲେ ତିନି ଠାକୁର । ୯ ଦିନ ଧରି ନରିଆପଡାବାସୀ ତିନି ଠାକୁରଙ୍କୁ ସେବା କରି, ଭଜନ କୀର୍ତ୍ତନ, ପ୍ରସାଦ ବଣ୍ଟନ କରି ଆଜି ସମସ୍ତଙ୍କୁ ଅଭଡ଼ା ବଣ୍ଟନ କରିଥିଲେ । ପରେ ବହୁ ଭକ୍ତ ଭିଡରେ ଗୁଣ୍ଡିଚା ମନ୍ଦିରକୁ ମହାବାହୁ ଫେରିଥିଲେ । ଏଥିରେ ପୂଜକ ଅନିରୁଦ୍ଧ ପାଢ଼ୀ ଓ କାଳୀ ପ୍ରସାଦପାଢ଼ୀ, ସେବାୟତ ରୂପେ ସୂର୍ୟ୍ୟମଣି ପଣ୍ଡା, ଅଜିତ ପାଢ଼ୀ, କ୍ଷେତ୍ରମଣି ସିଂ, ଶଶିକାନ୍ତ ଚୀନ୍ଦା, ଦେବାଶିଷ ମିଶ୍ର, ନୀଳାଚଳ ସିଂ, ମନୁ ଦିହାରି, ବିଶ୍ଵାମିତ୍ର ସେଲମା ଓ ଗେଥଲ ରଣା ପ୍ରମୁଖ ସହଯୋଗ କରିଥିବା ବେଳେ ଶୃଂଖଳା କମିଟିରେ ଶିକ୍ଷାବିତ ସହଦେଵ ପାଢ଼ୀ, ପେସ୍କ ସଭାପତି ହରି ମହାନନ୍ଦ, ପୂର୍ବତନ ସରପଞ୍ଚ ଜୟରାମ ମହାନନ୍ଦ, ବସନ୍ତ ଦଣ୍ଡିଆ, ଦେବରାଜ ରଣା, ସୁବୋଧ ଛାତ୍ରୀଆ, ନାଏବ ସରପଞ୍ଚ ବିରାଟ ମୁଣ୍ଡଛିନା ପ୍ରମୁଖ ସହଯୋଗ କରିଥିଲେ ।
ସେହିଭଳି କଢେଲ, ଗୋଛାଡେଙ୍ଗେନ, ବାଲିଗୁଡା, ମୋହନଗିରି ଅଂଚଳରେ ମଧ୍ୟ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

jittmm
Leave A Reply

Your email address will not be published.