csstore

୫ଟି ସଚିବଙ୍କ ବରଗଡ଼ ଗସ୍ତକୁ ନେଇ ଗର୍ଜିଲେ ସାଂସଦ ସୁରେଶ ପୂଜାରୀ

ବରଗଡ଼, (ନିରୋଜ କୁମାର ପାଣୀ) : ୫ଟି ସଚିବଙ୍କ ବରଗଡ଼ ଗସ୍ତ, ସେଥିରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନ ପ୍ରତିନିଧିମାନେ ଗସ୍ତ ନିୟୋଜନ କରିବା ଏହା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ବୋଲି ଆଜି ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଥିଲେ । ଆହୁରି ମଧ୍ୟ କହିଥିଲେ ଯେ, ୫ଟି ସଚିବ ଏକ ସରକାରୀ କର୍ମଚାରୀ, ସରକାରଙ୍କ ଆଦେଶ ମାନିବା ତାଙ୍କ କାର୍ଯ୍ୟ, କିନ୍ତୁ ସରକାର ଭାବେ ଆଦେଶ ଦେବା, ବିଭିନ୍ନ ସରକାରୀ ଉନ୍ନୟନ କାର୍ଯ୍ୟର ଉଦ୍‌ଘାଟନ କରିବା ଏହା ଭାରତୀୟ ଗଣତାନ୍ତ୍ରିକ ପଦ୍ଧତିରେ ହତ୍ୟା ବୋଲି ସୂଚିତ କରିଥିଲେ । ସେହିପରି ସେ ରାଜ୍ୟର ସୁପର ଚିଫ୍ ମିନିଷ୍ଟର ବୋଲି କହିଥିଲେ । ଏହି ପ୍ରସଙ୍ଗଟିକୁ ଆସନ୍ତା ପାର୍ଲିଆମେଣ୍ଟର ମୌସମୀ ଅଧିବେଶନରେ ଉତ୍ଥାପନ କରିବେ ବୋଲି କହିଥିଲେ । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଷିଶ ଆଚାର୍ଯ୍ୟ, ଜିଲ୍ଲା ସମ୍ପାଦକ ରବି ନାରାୟଣ ଦାସ, ଉପସଭାପତି ପ୍ରୀତମ ସିଂ ପ୍ରମୁଖ ମଞ୍ଚାସୀନ ଥିଲେ ।

jayashree
Leave A Reply

Your email address will not be published.