jayashree

ରଥଯାତ୍ରା ପଥ ମହୋତ୍ସବ

ପୁରୀ : ପବିତ୍ର ରଥଯାତ୍ରା ଅବସରରେ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ରଥଯାତ୍ରା ପଥ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କୈବଲ୍ୟ ସାହିତ୍ୟ ସଂସଦର ଅତିଥିମାନେ ଯୋଗଦେଇ ପୁରୀ ବଡ଼ଦାଣ୍ଡରେ ରଥଯାତ୍ରା ପଥ ମହୋତ୍ସବ ଉଦ୍‌ଘାଟନ କରିଥିଲେ । ସମସ୍ତ ଅତିଥି ଜୟ ଜଗନ୍ନାଥ ଜୟଗାନ କରି ବଡ଼ଦାଣ୍ଡ ପରିକ୍ରମା କରିଥିଲେ । ମୁଖ୍ୟ ଅତିଥି ଡ଼କ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ ଜଗନ୍ନାଥ ବିଶ୍ଵବାସୀଙ୍କ ଆତ୍ମଚେତନାର ଠାକୁର ବୋଲି ସ୍ୱଳ୍ପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଶିଷ୍ଟ ନାଟ୍ୟକାର ବିଜୟ ଦାସ (ବିଶିଷ୍ଟ ଅତିଥି), ସୁଭବ୍ରତ ମହାପାତ୍ର, ସୁରଭି ଦ୍ୱିବେଦୀ, ଜନରଞ୍ଜନ୍ ପ୍ରଧାନ, ସସ୍ମିତା ପଟ୍ଟନାୟକ, ବିଦ୍ୟାଧର ଖଟୁଆ, ବିପିନ ବିହାରୀ ଦଳେଇ, ବିଶ୍ୱରଂଜନ ମହାନ୍ତି, ଅଶୋକ କୁମାର ବେହେରା, ଗଗନ ବିହାରୀ ପ୍ରଧାନ, ପ୍ରଭାସିନୀ ମିଶ୍ର, ନିରଞ୍ଜନ ନାୟକ, ଗୋବିନ୍ଦ ଚନ୍ଦ୍ର ଫରକ୍, ମନୋରମା ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବଡ଼ଦାଣ୍ଡ ପରିକ୍ରମା କରିଥିଲେ ଓ ସେବା ସଂଗଠନକୁ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅତିଥିମାନେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଆଧ୍ୟାତ୍ମିକ ପୁସ୍ତକ ପ୍ରଦାନ କରିଥିଲେ । ଆଶୁ କବି ଜନ ରଞ୍ଜନ ପ୍ରଧାନ ବଡ଼ଦାଣ୍ଡରେ କୈବଲ୍ୟ ସାହିତ୍ୟ ସଂସଦ ଏବଂ କୋଟି କୈବଲ୍ୟ ନାଥଙ୍କ ବିଷୟରେ ସୁନ୍ଦର କବିତା ଗାନ କରିଥିଲେ । ଅତିଥିମାନେ ଦୁଇଶହ ସାମାଜିକ ସେବା ଅନୁଷ୍ଠାନକୁ ବଡ଼ଦାଣ୍ଡ ସେବା ସମ୍ମାନ ପ୍ରଦାନ କରି ଉତ୍ସାହିତ କରିଥିଲେ । ଶହେ ଜଣ ସମାଜସେବୀଙ୍କୁ ବଡ଼ଦାଣ୍ଡ ସେବା ସମ୍ମାନ ପ୍ରଦାନ କରିଥିଲେ । ଶହେ ଜଣ ଅତି ବିଶିଷ୍ଟ ବ୍ୟକ୍ତି, ସେବାୟତ ଏବଂ ବିଦେଶୀ ନାଗରିକଙ୍କୁ ଓଡ଼ିଶା ରଥଯାତ୍ରା ସଂସ୍କୃତି ସମ୍ମାନ ପ୍ରଦାନ କରିଥିଲେ । ଉକ୍ତ ଅବସରରେ ଋଷୀୟ ନାଗରିକ ଜଗନ୍ନାଥ ଭକ୍ତଙ୍କୁ ଓଡ଼ିଶା ଚାରିୟଟ ଫେଷ୍ଟିଭାଲ କଲଚର୍ ସମ୍ମାନ ପ୍ରଦାନ କରାଯାଇଥିଲା । ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ, ଆଇଏଏସ୍‌ ଏବଂ ପୋଲିସ ବିଭାଗର ଅମିତେନ୍ଦ୍ର ନାଥ ସିଂହ୍ନା, ଆଇପିଏସ୍‌ଙ୍କୁ ରଥଯାତ୍ରା ସଂସ୍କୃତି ସମ୍ମାନ ପ୍ରଦାନ କରାଯାଇଥିଲା । କୈବଲ୍ୟ ସାହିତ୍ୟ ସାଂସଦର କର୍ମକର୍ତ୍ତା ରଥ ଟାଣିବା କାର୍ଯ୍ୟରେ ଯୋଗଦାନ କରିଥିଲେ ଏବଂ ଆଶୁ ଚିକିତ୍ସା କାର୍ଯ୍ୟରେ ମଧ୍ୟ ଭକ୍ତମାନଙ୍କୁ ସାହାଯ୍ୟ କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସମ୍ପାଦକ ଡ଼. ସଂଗ୍ରାମ କେଶରୀ ସାମନ୍ତରାୟ ଏବଂ ସଭାପତି ଶ୍ରୀମତୀ ବିଜୟା ଲକ୍ଷ୍ମୀ ସାମନ୍ତରାୟ କୈବଲ୍ୟ ସାହିତ୍ୟ ସଂସଦ ଜଗନ୍ନାଥ ସଂସ୍କୃତି ପ୍ରଚାର ପାଇଁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ କରିବ ବୋଲି ସୂଚନା ପ୍ରଦାନ କରିଛନ୍ତି । ଓଡ଼ିଶାର ପ୍ରଥମ ସାହିତ୍ୟ ଅନୁଷ୍ଠାନ ହିସାବରେ କୈବଲ୍ୟ ସାହିତ୍ୟ ସାଂସଦ ରଥଯାତ୍ରା ପଥ ମହୋତ୍ସବ ପୁରୀ ବଡ଼ଦାଣ୍ଡରେ ପାଳନ କରିଛି ।

Leave A Reply

Your email address will not be published.