ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସ୍ଥିତ ଆର୍ଏସ୍ପି ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଅବସର ଭବନଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପସଭାପତି ସୁବାସ ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରି ଯୋଗ କିପରି ମଣିଷ ଜୀବନର ଉପକାର କରୁଛି, ସେ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଯୋଗ କେବଳ ଶାରୀରିକ ସୁସ୍ଥତା ନୁହେଁ ବରଂ ମାନସିକ ଅବସାଦ ଦୂର କରେ ବୋଲି ମତ ରଖିଥିଲେ । ଗୀତାରାଣୀ ମିଶ୍ର ସ୍ୱାଗତ ଭାଷଣ ସହ ଯୋଗ ଶିବିରକୁ ସଂଚାଳନ କରିଥିଲେ । ଯୋଗଗୁରୁ ସୁମିତା ଚାନ୍ଦ ଓ ପ୍ରତିମା ନାୟକ ବିଭିନ୍ନ ପ୍ରକାର ଆସନ ଓ ପ୍ରାଣାୟମ ଶିକ୍ଷା ଦେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଆବାହକ ଅନିରୁଦ୍ଧ ଦାସ, ଅରବିନ୍ଦ ପାତ୍ର, ଧନଞ୍ଜୟ ଦାସ, ପ୍ରେମାନନ୍ଦ ସାମଲ, ଏ କେ ବଳ, ସଚ୍ଚିଦାନନ୍ଦ ମିଶ୍ର, ଶତୃଘ୍ନ ଜେନା, ବିଷ୍ଣୁ ନାୟକ, କୃତିବାସ ମହାପାତ୍ର, ଧରଣୀଧର ସାମଲ, ନୀଳମଣୀ ଗିରି, ଜଗନ୍ନାଥ ମହାନ୍ତି, ଲତିକା ପଟ୍ଟନାୟକ, ସ୍ୱର୍ଣ୍ଣଲତା ସାମଲ ପ୍ରମୁଖ ଉପସ୍ଥିତ ଥିବା ବେଳେ ବହୁ ସଂଖ୍ୟାରେ ମହିଳାମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ଶେଷରେ ଯୋଗଗୁରୁ ନିରୁପମା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post