csstore

ନୈତିକତା, ଆଧ୍ୟାତ୍ମିକତା ଓ ଏକାଗ୍ରତାର ମୂଳାଧାର ହିଁ ଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବାଲ୍ୟକାଳରୁ କୋମଳମତି ପିଲାମାନଙ୍କୁ ପାଠପଢା ସହ ସେମାନଙ୍କର ସୁସ୍ଥତା, ଶାରୀରିକ ବିକାଶ, ମାନସିକ ସ୍ଥିରତା, ଶୃଂଖଳା, ଏକାଗ୍ରତା, ଆଧ୍ୟାତ୍ମିକତା ଓ ନୈତିକତା ଆଦିର ଅଭିବୃଦ୍ଧି ନିମନ୍ତେ ପିଲାମାନଙ୍କର ପ୍ରତିଦିନ କିଛି କିଛି ଯୋଗାଭ୍ୟାସର ଆବଶ୍ୟକତା ରହିଛି ବୋଲି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସିଆର୍‌ସିସି ଲୋକନାଥ ପ୍ରଧାନଙ୍କ ସହ ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟଭାମା ଦେବୀ, ଯୋଗ ଶିକ୍ଷକ ଅଭୟ ଚରଣ ସାହୁ, ଶିକ୍ଷକ ଟିକେଇ ଦଳାଇ, ନାରାୟଣ ବରାଳ, ସୋମନାଥ ବେହେରା, ମାନସ ସ୍ୱାଇଁ, କ୍ରୀଡ଼ା ଶିକ୍ଷୟିତ୍ରୀ ପ୍ରିୟତମା ସାହୁ, ବିଜ୍ଞାନ ଶିକ୍ଷୟିତ୍ରୀ ପାପ୍ଲିନ୍ ପ୍ରଧାନ, ସତ୍ୟଭାମା ବେହେରା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଘରେ ସବୁଦିନ ଯୋଗାଭ୍ୟାସ କରିବାକୁ ପରାମର୍ଶ ଦେଇଛନ୍ତି । ନବମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଯୋଗଶିକ୍ଷକ ଅଭୟ ଚରଣ ସାହୁ ଓ କ୍ରୀଡା ଶିକ୍ଷୟିତ୍ରୀ ପ୍ରିୟତମା ସାହୁ କେତେକ ଯୋଗର ବିଧି ଓ ନିୟମ ବିଷୟରେ ପିଲାମାନଙ୍କୁ ଶିକ୍ଷା ଦେଇ ବିଦ୍ୟାଳୟ ପରିସରରେ ପିଲାମାନଙ୍କ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ମିଶି ଯୋଗ ଅଭ୍ୟାସ କରାଇ ଶରୀର ଓ ମନକୁ ଯୋଗ ମାଧ୍ୟମରେ ଶାନ୍ତି ପାଇଁ ଯୋଗ ଅଭ୍ୟାସ ବଜାୟ ରଖିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ ।

jayashree
Leave A Reply

Your email address will not be published.