ନେହେରୁପାଲ୍ଲୀରେ ଲାଗିବ ସୋଲାର ଲାଇଟ ପୋଷ୍ଟ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ନେହେରୁପାଲ୍ଲୀ, ଆଜାଦବସ୍ତି ଓ ମିଶ୍ର ଖଟାଲ ପାଇଁ ସୋଲାର ଲାଇଟର ବ୍ୟବସ୍ଥା ଆର୍‌ଏସ୍‌ପି ତରଫରୁ କରାଯାଉଛି । ଏହି କ୍ରମରେ ନେହେରୁପାଲ୍ଲୀଠାରେ ଖନନ କାର୍ଯ୍ୟ ଆରମ୍ଭ କରାଯାଇଛି । ଏଥିରେ ଅତିଥି ଭାବେ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଯୋଗଦେଇ ପୂଜାର୍ଚ୍ଚନା କରିବା ସହ ନଡିଆ ଭାଙ୍ଗି ଖନନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଆର୍‌ଏସ୍‌ପି ତରଫରୁ କରାଯାଉଥିବା ଏହି କାର୍ଯ୍ୟକୁ ଜୁପିଟର ଇଂଜିନିୟରିଂକୁ ଦାୟିତ୍ୱ ଦିଆଯାଇଛି । ଏହି କ୍ରମରେ ଦେବାଶିଷ ମଲ୍ଲିକ ଓ ରିଶି ହରିପାଲ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନର ଦାବୀ ପରେ ଆର୍‌ଏସ୍‌ପି ପାର୍ଶ୍ବାଞ୍ଚଳ ଉନ୍ନତିକରଣ କାର୍ଯ୍ୟକ୍ରମ ଦ୍ୱାରା ନେହେରୁପାଲ୍ଲୀରେ ପକ୍କା ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଏବେ ସୋଲାର ଲାଇଟ ପୋଷ୍ଟ ଏହି ଅଂଚଳକୁ ଆଲୋକିତ କରିବ । ଯାହାକୁ ନେଇ ଅଂଚଳବାସୀ ଖୁସି ପ୍ରକଟ କରିଛନ୍ତି । ଏହାପରେ ଡ୍ରେନେଜ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରାଯିବ ବୋଲି ଏକତା କ୍ଲଷ୍ଟର ତରଫରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ନେହେରୁପାଲ୍ଲୀର ସାଧାରଣ ସଂପାଦକ ଗଣେଶ ଜୟସିଂହ, ଏକତା କ୍ଲଷ୍ଟରର ସଭାପତି ଲିଳିମା ଜୟସିଂହ, ସଂପାଦିକା ରୀତା ମହାପାତ୍ର, ସଂଗଠନ ସଂପାଦିକା ରୁକସନା ବେଗମ, ପ୍ରମୋଦିନୀ ଦାସ, ସଂଧ୍ୟାରାଣୀ ଜୟସିଂହ, ଚିନ୍ତା ଦେବୀ, ପୁଷ୍ପା ସିନ୍ଧିରିଆ, ରେଶନା ଖାତୁନ, ଗୀତା ଦେବୀ, ଜାନକୀ ଦେବୀ, ସାବିତ୍ରୀ ନାଗ, ମନସ୍ବିନୀ ସ୍ବାଇଁ, ଗାୟତ୍ରୀ ସାମଲ, ଜ୍ଞାତି ଦେବୀ, ପୁନମ ଦେବୀ, ସକିଲା ଖାତୁନ, ସହଦେବ ଜୟସିଂହ, ଏସ୍‌ କେ ରେହେମାନ, ଅଶୋକ ଜୟସିଂହ, ରାଜାରାମ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଂପାଦକ ଶ୍ରୀ ଜୟସିଂହ ଉପସ୍ଥିତ ଅତିଥି ଓ ଆରଏସ୍‌ପିର ସାମାଜିକ ପ୍ରତିବଦ୍ଧତାକୁ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.