ବିବେକାନନ୍ଦ କେନ୍ଦ୍ର କନ୍ୟା କୁମାରୀ ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ବିବେକାନନ୍ଦ କେନ୍ଦ୍ର କନ୍ୟା କୁମାରୀ ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ରେଲୱେ କଲୋନୀ ସ୍ଥିତ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ତଥା ଯୋଗଗୁରୁ ରାମକୃଷ୍ଣ ଗୌଡଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ପ୍ରାକ୍ତନ ଶିକ୍ଷକ ରାଧାକାନ୍ତ ମହାରଣାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ବିରେନ ସେନାପତି, ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ସମାଜସେବୀ ସୁଧୀର ନାଥ ଓ ବାବୁ ସିଂ ଓ ଅନୁଷ୍ଠାନର ଭୁବନେଶ୍ୱରରୁ ଆସିଥିବା ଯୋଗଗୁରୁ କାଞ୍ଚନ ସୋମ ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଯୋଗ ଦିବସ ପାଳନର ଆବଶ୍ୟକତା ଓ ଏହା ଦ୍ୱାରା ଉପକାରିତା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଆବାହକ ଶ୍ରୀ ମହାରଣା ବିଭିନ୍ନ ଗଳ୍ପ ମାଧ୍ୟମରେ ଯୋଗ ଦ୍ୱାରା କ’ଣ ସାଧିତ ହୋଇପାରେ ସେ ସଂପର୍କରେ ଆଲୋଚନା କରିଥିଲେ । ଯୋଗଗୁରୁ ଶ୍ରୀ ଗୌଡ ବିଭିନ୍ନ ଆସନ ଓ ପ୍ରାଣାୟମ ଶିକ୍ଷା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ସୌରଭ ମିଶ୍ର, ଅଭିମନ୍ୟୁ, ହେମଲତା, ଅସ୍ତୁତି, ଶୋଭା, କାଜଲ, ସାହିଦ୍ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.