ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହା ବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଶିବିର କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରେଡ଼କ୍ରସ, ଏନ୍‌ଏସ୍‌ଏସ୍‌ ଓ ପତଞ୍ଜଳିର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗଦେଇ ଛାତ୍ରୀମାନଙ୍କୁ ସୁସ୍ଥ ଜୀବନ ଓ ଯୋଗର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଯୋଗ ଶିକ୍ଷକ ଭାବେ ଯୋଗ ଗୁରୁ ଅଶୋକ କୁମାର ପଣ୍ଡା, ମିଡ଼ିଆ ପ୍ରଭାରୀ ପ୍ରମୋଦ ସ୍ୱାଇଁ ପ୍ରମୁଖ ଯୋଗଦେଇ ସ୍ୱେଚ୍ଛାସେବୀମାନଙ୍କୁ ସୁସ୍ଥ ଜୀବନ ସମ୍ପର୍କିତ ଭିନ୍ନ ଭିନ୍ନ ଯୋଗ ପ୍ରଣାଳୀ ଉପରେ ବ୍ୟବହାରିକ ଶିକ୍ଷା ପ୍ରଦାନ କରିଥିଲେ । ଉଭୟ ରେଡକ୍ରସ ଓ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ସହକର୍ମୀ ବୃନ୍ଦ ସାମିଲ ହୋଇଥିଲେ ।

Leave A Reply

Your email address will not be published.