oom

“ଗୁରୁ ରତ୍ନମଣି” ସମ୍ମାନରେ ସମ୍ମାନିତ ହେଲେ ନାଟ୍ୟ ନିର୍ଦ୍ଦେଶକ ଡ଼. ଗୌରୀ ଶଙ୍କର ଶତପଥୀ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ସହର ସ୍ଥିତ ଭଗତ ସିଂ କନିଷ୍ଠ ମହାବିଦ୍ୟାଳୟର କାର୍ଯ୍ୟରତ ଅଧ୍ୟାପକ ତଥା ବରିଷ୍ଟ ନାଟ୍ୟ ନିର୍ଦ୍ଧେଶକ ଡ଼ଃ. ଗୌରୀ ଶଙ୍କର ଶତପଥୀଙ୍କୁ “ଗୁରୁ ରତ୍ନମଣି” ଉପାଧିରେ ସମର୍ଦ୍ଧିତ କରାଯାଇଛି । ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପରେ କଲଚରାଲ ଡେଭଲପମେଣ୍ଟ ଫାଉଣ୍ଡେସନ ପକ୍ଷରୁ ଇଣ୍ଟେର୍ନେସନାଲ ମେଗା ମିଉଜିକ ଫେଷ୍ଟିଭାଲରେ କଳାଶ୍ରୀ ଜ୍ୟୋତି ୨୦୨୩ ମହୋତ୍ସବ ଅବସରରେ ବରିଷ୍ଟ ନାଟ୍ୟକାର ମନୋଜ ପଣ୍ଡାଙ୍କ ସହ ବିଶିଷ୍ଠ ବ୍ୟକ୍ତି ବିଶେଷମାନଙ୍କ ଉପସ୍ଥିତିରେ ତାଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । ଯାହାକୁ ନେଇ ତାଙ୍କୁ ବିଭିନ୍ନ ମହାଲରୁ ଶୁଭେଛାରସୁଅ ଛୁଟିଛି ।

ଗଞ୍ଜାମ ଜିଲ୍ଲାରେ ତାଙ୍କର ଉଚ୍ଚ କୋଟିର ନାଟ୍ୟ ନିର୍ଦ୍ଦେଶନା ଯୋଗୁଁ ତାଙ୍କୁ ଗୁରୁ ରତ୍ନମଣି ସମ୍ମାନରେ ସମ୍ମାନିତ କରାଯିବା ସହ ତାଙ୍କ ରଚିତ ପୁସ୍ତକ ସାହିତ୍ୟକ ଡ଼ଃ. ବେଣୀ ମାଧବ ପାଢ଼ୀ ଦିଗଦର୍ଶନ ୟୁଥ କ୍ଲବ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ସାଂସୃତିକ କାର୍ଯ୍ୟକ୍ରମରେ ଉନ୍ମେଚିତ କରାଯାଇଥିଲା । ଯାହାକୁ ନେଇ ତାଙ୍କୁ ସମର୍ଦ୍ଧିତ କରାଯାଇଥିଲା । ସେହିପରି ଖଣ୍ଡଦେଉଳି ସୁବର୍ଣ୍ଣ ଜୟନ୍ତୀ ଅବସରରେ ନାଟ୍ୟ ନିର୍ଦ୍ଦେଶକ ଭାବେ ତାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମର୍ଦ୍ଧିତ କରାଯାଇଥିଲା । ଭୁବନେଶ୍ୱରଠାରେ ୨୦୨୨ ମସିହାରେ ଉତ୍କଳ ରଙ୍ଗମଞ୍ଚ ତରଫରୁ ଗୁରୁ ପଦ୍ମ ଉପାଧିରେ ସମ୍ମାନିତ କରାଯାଇଥିଲା । ଆଗାମୀ ଦିନରେ ଭଞ୍ଜ ସାହିତ୍ୟ ସମ୍ପର୍କରେ ଏକ ପୁସ୍ତକ ଉନ୍ମୋଚିତ କରିବାର ଲକ୍ଷ ରଖିଥିବା ଅଧ୍ୟାପକ ଡ଼ଃ ଶତପଥୀ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.