ଢୋଲ ନିଶାନ ବାଦ୍ୟରେ ସେଣ୍ଟ୍ରାଲ କଲଚର ରିସର୍ଚ୍ଚ ତରଫରୁ କୃତକାର୍ଯ୍ୟ ହୋଇଛନ୍ତି ଅରବିନ୍ଦ ପାତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଜାମସେଠ ଗ୍ରାମର ଅରବିନ୍ଦ ପାତ୍ର ବୟସ ୧୫ ସେଣ୍ଟ୍ରାଲ କଲଚର ରିସର୍ଚ୍ଚ ଟ୍ରେନିଂ ତରଫରୁ ଓଡ଼ିଶା ସମ୍ବଲପୁରୀ ଢୋଲ ନିଶାନ ବାଦ୍ୟରେ କୃତକାର୍ଯ୍ୟ ହୋଇଛନ୍ତି । ପଦ୍ମପୁରର ଢୋଲ ନିଶାନ ବାଦକ ଗୁରୁ ରମେଶ ଗୁର୍ଲା ଓ ସୁରେନ୍ଦ୍ର ସାହୁଙ୍କ ନିର୍ଦ୍ଦେଶନାରେ ଶିକ୍ଷାଲାଭ କରି ଅନଲାଇନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ବୋଡ଼ାସମ୍ବର ମାଟି ହେଉଛି କଳା ସଂସ୍କୃତି ଭରି ରହିଥିବା ଅଞ୍ଚଳ । ଗାଁ ମାଟି ପାଇଁ ତଥା ବୋଡ଼ାସମ୍ବର ମାଟି ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି । ଅରବିନ୍ଦ ହେଉଛନ୍ତି ବେଶ ପରିଚିତ ଥିବା ପାୟଲ ମେଲୋଡିର ପ୍ରୋପାଇଟର ସୁରେନ୍ଦ୍ର ପାତ୍ରଙ୍କ ପୁଅ । ସେ ବାଦ୍ୟକାର, ଗୀତିକାର, ନାଟ୍ୟକାର ରୂପେ ଅଞ୍ଚଳରେ ବେଶ ପରିଚିତ । ନିକଟରେ ଉତ୍କଳ ଦିବସରେ ଭୁବନେଶ୍ୱରଠାରେ ୩୦ଟି ଜିଲ୍ଲାର ଗୀତିକାର ମଧ୍ୟରେ ବରଗଡ଼ ଜିଲ୍ଲାର ଗୀତିକାର ଭାବରେ ସେ ମନୋନୀତ ହୋଇ ଉତ୍କଳ ଜନନୀ ଗୀତ ଗାଇଥିଲେ । ଅରବିନ୍ଦ ଛୋଟ ଦିନୁ କଳାରେ ରୁଚି ରଖିଥିବା ବେଳେ ତାଙ୍କ ବାପା ସୁରେନ୍ଦ୍ର ପାତ୍ର ତାଙ୍କୁ ଛୋଟ ଦିନୁ କଳା କ୍ଷେତ୍ରରେ ଅନେକ ମଣ୍ଡପରେ ସୁଯୋଗ ଦେଇ ଆଗକୁ ବଢ଼ିବା ପାଇଁ ସବୁବେଳେ ଉତ୍ସାହିତ କରୁଥିଲେ । ସେ ଗାଁ ସ୍କୁଲରେ ପାଠ ପଢ଼ି ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅରବିନ୍ଦଙ୍କ ଏହି ସଫଳତା ଅଞ୍ଚଳ ପାଇଁ ଗର୍ବ ଆଉ ଗୌରବ ଆଣି ଦେଇଛି । ଏହି ସଫଳତା ପାଇଁ ଗୁରୁମାନଙ୍କୁ ପରିବାର ବର୍ଗ ତରଫରୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.