ଛତ୍ରପୁରରେ ଶ୍ରୀଗୁଣ୍ଡିଚା ଯାତ୍ରା ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଗୁଣ୍ଡିଚା ପର୍ବ ଅବସରରେ ସଅଳ ନୀତିକାନ୍ତି ଅନୁଷ୍ଠିତ ହୋଇ ପ୍ରତିବର୍ଷ ଭଳି ପୁରୀ ଶ୍ରୀମନ୍ଦିରର ନୀତିକାନ୍ତି ସଦୃଶ ଏଠାରେ ସମ୍ପନ୍ନ ହୋଇଛି । ସକାଳ ୯ଘଣ୍ଟା ବେଳେ ଶ୍ରୀ ଜୀଉଙ୍କ ପହଣ୍ଡି ହୋଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଠାକୁର ରଥାରୂଢ ହୋଇଥିଲେ । ପହଣ୍ଡି ପରେ ରଥ ଉପରେ ଶ୍ରୀଜୀଉଙ୍କୁ ମଙ୍ଗଳ ଆରତୀ, ବାଳ ଭୋଗ ଓ ଅନ୍ନଭୋଗ ନୈବେଦ୍ୟ ବନ୍ଦାପନା ଲାଗି ହୋଇଛି । ଆପରାହ୍ଣ ତିନି ଘଣ୍ଟାରେ ମହାରାଜା କୈଳାସ ଚନ୍ଦ୍ର ଦେଓଙ୍କ ଦ୍ୱାରା ଛେରାପହଁରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ଅପରାହ୍ଣ ୪ଘଣ୍ଟାରେ ରଥଟଣା ହୋଇଥିଲା । ରଥଯାତ୍ରା ଶୃଙ୍ଖଳିତ ଭାବେ ସମାହିତ ହୋଇଥିଲା । ଅନ୍ୟପକ୍ଷରେ ଛତ୍ରପୁର ସହରର ସୀତାରାମପଲ୍ଲୀର ଶ୍ରୀଜଗନ୍ନାଥ ମନ୍ଦିର ଓ ମଝିବଜାରର ଦାସିରୀ ଜଗନ୍ନାଥ ମନ୍ଦିର ପ୍ରମୁଖ ତିନୋଟି ମନ୍ଦିରରୁ ତିନିରଥ ଛତ୍ରପୁର ବଡ଼ଦାଣ୍ଡରେ ଗଡିଥିଲା । ଚଳିତବର୍ଷ ରଥଯାତ୍ରା ଖୁବ ଉତ୍ସବମୁଖର ହୋଇ ଉଠିଥିଲା ।

Leave A Reply

Your email address will not be published.