csstore

ଚାନ୍ଦ ମନ୍ଦିରରେ ତିନି ଠାକୁରଙ୍କ ନବ ଯୌବନ ଦର୍ଶନ : ଆଜି ରୌଦ୍ର ତାପ ଯୋଗୁଁ ବିଳମ୍ବିତ ହେବ ରଥ ବିଧି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାନ୍ଦ ମନ୍ଦିରରେ ଗତକାଲି ତିନି ଦିଅଁଙ୍କ ନବଯୌବନ ଦର୍ଶନ ପାଇଁ ଭକ୍ତମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ସକାଳ ୧୦ ଘଣ୍ଟାରେ ପ୍ରଭୁଙ୍କ ଉପନୟନ ସଂସ୍କାର ହୋମ ବିଧି ବିଧାନ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ରଥ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଆଜି ପ୍ରଭୁଙ୍କ ରଥଯାତ୍ରାର ପହଣ୍ଡି ପୂର୍ବ ନିର୍ଦ୍ଧାରିତ ଅପରାହ୍ନରେ ୪ ଘଣ୍ଟା ପରିବର୍ତ୍ତେ ପ୍ରଚଣ୍ଡ ଖରା ଓ ଉତ୍ତାପ ବୃଦ୍ଧି ପାଇଁ ପାଞ୍ଚ ଘଣ୍ଟାରେ ଅନୁଷ୍ଠିତ କରିବା ପାଇଁ ଚାନ୍ଦ ମନ୍ଦିର ରଥ କମିଟି ନିଷ୍ପତ୍ତି ନେଇଛି ଅନ୍ୟପଟେ ରଥଟଣା ବିଳମ୍ବିତ ହୋଇ ୬ଟା ପରିବର୍ତ୍ତେ ସନ୍ଧ୍ୟା ୭ଟାରେ ରାମ ଚରିତ୍ ମାନସ ମନ୍ଦିର ଦୈନିକ ବଜାର ମାଉସୀ ମା’ ମନ୍ଦିରରେ ରଥ ପହଂଚିବ । ନବ ଯୌବନ ଓ ପହଣ୍ଡି ବେଶକୁ ସାଜସଜ୍ଜା କରିଥିଲେ ନିମାଇଁ ଚାରଣ ହାତୀ ଦ୍ଵିଜ ରାଜ ମିଶ୍ର ଓ ସତ୍ୟ ନାରାୟଣ ଶତପଥୀ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜିବ ମିଶ୍ର, ବଲରାମ ମିଶ୍ର, ଅନିଲ ଠାକୁର ଅଶୋକ ଚାନ୍ଦ, ରାଜକୁମାର ମିଶ୍ର ଛାୟାକାନ୍ତ ସାହୁ, ସୁଧାନିଧି ହୋତା, ରାଜୀବ ବେହେରା, ପୂଜକ କୃଷ୍ଣଚନ୍ଦ୍ର ମିଶ୍ର ଓ ମନ୍ଦିର କମିଟି ସଦସ୍ୟମାନେ ସହଯୋଗ କରିଥିଲେ । କମିଟିର ସଭାପତି ପ୍ରଦୀପ ଚାନ୍ଦ ସୁରଖୁରରେ ଯାତ୍ରା କାର୍ଯ୍ୟକ୍ରମ ସମ୍ପନ୍ନ ଦିଗରେ ସହଯୋଗ କରିବା ପୋଲିସ ପ୍ରଶାସନ ଓ ଅନ୍ୟମାନଙ୍କ ସହଯୋଗ କାମନା କରିଛନ୍ତି ।

jayashree
Leave A Reply

Your email address will not be published.