csstore

ଶ୍ରୀ ଜଗନ୍ନାଥ କମିଟି ବମକର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ରଥଯାତ୍ରା କଢେଲ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର କମିଟିର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଅନନ୍ତ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସରପଞ୍ଚ ରୋମାଞ୍ଚ ସାହୁ, ପୁଲିସ୍ ବିଭାଗର ଏସ୍‌ଆଇ ରାଜ ପାଢ଼ୀ, ସମ୍ପାଦକ ତୁମେଶ୍ୱର ସାହୁ, ଉପଦେଷ୍ଟା ଜୟଦେବ ସାହୁ, ସକ୍ରୀ ମାଝୀଙ୍କ ସମେତ କମିଟି ସଦସ୍ୟ ଓ ଗ୍ରାମବାସୀମାନେ ଉପସ୍ଥିତ ରହି ଶାନ୍ତି ଶୁଙ୍ଖଳାର ସହ ରଥଯାତ୍ରା ସମାପନ କରିବା ଦିଗରେ ଆଲୋଚନା କରିଥିଲେ ।

jayashree
Leave A Reply

Your email address will not be published.