ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ଯାତ୍ରୀ ନିବାସଠାରେ ପଦ୍ମପୁର ଯୁବ ଯାଦବ ସଂଗଠନ ତରଫରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ, ଏ ୨ ଗ୍ରେଡ଼ରେ ପାସ କରିଥିବା ଯାଦବ ସମାଜ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ସଭାରେ ବରଗଡ ଯାଦବ ସମାଜର କାର୍ଯ୍ୟକାରୀ ସଭାପତି ଡୋଲାମଣି ମାହାର ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ରୂପେ ଖଡିଆଲର ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ମୁଖ୍ୟବକ୍ତା ଭାବେ ଡଭା ଜୁନିୟର କଲେଜ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଥପା ଯୋଗ ଦେଇଥିଲେ । ହୃଷିକେଶ ବାଗ ସଂଯୋଜନା କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ଯୁବ ଯାଦବ ସଭାପତି ମାନସ ନାଗ, ବନମାଳୀ ଚନ୍ଦନ, ମଧୁସୂଦନ ପାଣ୍ତେ, ହୃଷିକେଶ ପୋଢି, ଗୁଣମଣି ବନଛୋର, ବାଳକୃଷ୍ଣ ବନଛୋର, ସୁବାଷ ହଂସ, ନୂଆପଡା ଜିଲ୍ଲାର ସୁରେଶ ବାଗ, କିଶୋର କଠାର, ଭକଲ ହଂସ ପ୍ରମୁଖ ମଞ୍ଚାସୀନ ଥିଲେ । ବିଭିନ୍ନ ଗ୍ରାମର ୧୪ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଢେକିମୁଣ୍ତା ଗ୍ରାମର ପିତୃହରା ଛାତ୍ରୀ ଲକ୍ଷ୍ମୀ ପାଣ୍ତେଙ୍କୁ ସମଲେଶ୍ୱରୀ ମନ୍ଦିର ସଭାପତି ମଧୁସୂଦନ ପାଣ୍ତେ ଏଗାର ହଜାର ଟଙ୍କା, ନୂଆପଡା ଜିଲ୍ଲାର କିଶୋର ଚନ୍ଦ୍ର କଠାର ତିନି ହଜାର ଟଙ୍କାର ସାହାଯ୍ୟ ପ୍ରଦାନ ଘୋଷଣା କରିଥିଲେ । ଶେଷରେ ହୃଷିକେଶ ବାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

nine − one =