csstore

କନ୍ଧପାଲିପଡ଼ା କବରଖାନାଠାରେ କମ୍ୟୁନିଟି ସେଣ୍ଟରର ଶୁଭ ଉଦ୍‌ଘାଟନ କଲେ ବିଧାୟକ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ଣ ୬ ଘଣ୍ଟା ସମୟରେ କନ୍ଧପାଲିପଡ଼ା କବରଖାନାଠାରେ ବିଧାୟକ ଅନୁଦାନ ପାଣ୍ଠିରେ ନିର୍ମିତ ଏକ କମ୍ୟୁନିଟି ସେଣ୍ଟରର ଶୁଭ ଉଦ୍‌ଘାଟନ ବିଧାୟକ ନରସିଂହ ମିଶ୍ରଙ୍କ କରକମଳରେ ହୋଇଯାଇଛି । ଏହି ଅବସରରେ ଏକ ସଭାରେ ଉପସ୍ଥିତ ଲୋକଙ୍କ ସହ ବିଧାୟକ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କାଉନସିଲର ରଜନୀ ବନ୍‌ଛୋର, ୱାର୍ଡ ନମ୍ବର ୪ର କାଉନସିଲର ଅରବିନ୍ଦ ପରୁଆ, ଉପସଭାପତି ମନିଷ ମିଶ୍ର, ରୁପେଶ ନାଗ, ଆରତୀ ପ୍ରୀତି ନାଗ, ବଜରଙ୍ଗ ବନ୍‌ଛୋର୍, ସେବା ଦଳ ମୁଖ୍ୟ ଅସିତ୍ କୁମାର ମିଶ୍ର, କୈଳାଶ ମିଶ୍ର, ଜୟନାରାୟଣ ବହିଦାର, ଜୁଳୁ ପଟ୍ଟନାୟକ, ବ୍ରଜ ସେଠୀ, ଗୋବିନ୍ଦ ମହାନ୍ତି, ଘୁଣ୍ଡୁ ଦାସ, ଶୁଭ୍ରାଂଶୁ ପଣ୍ଡା ଉପସ୍ଥିତ ଥିବା ବେଳେ ନଗର ସଭାପତି ବୁଲୁ ଦାନୀ ଧନ୍ୟବାଦ୍ ଦେଇଥିଲେ ।

jayashree
Leave A Reply

Your email address will not be published.