csstore

ନଗର କଂଗ୍ରେସ କମିଟି ପକ୍ଷରୁ ଛୁଇଁବନ୍ଧଠାରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୧୩ ତାରିଖ ଦିନ ଛୁଇଁବନ୍ଧଠାରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ବିଶେଷଙ୍କ ଅମର ଆତ୍ମାର ସଦ୍‌ଗତି କାମନା ପୂର୍ବକ ଏକ ଶ୍ରଦ୍ଧାଞ୍ଜଳି ସଭା ନଗର କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି । ଉପସ୍ଥିତ ସଭ୍ୟମାନେ ମୃତ ବ୍ୟକ୍ତିଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ମହମବତୀ ଜଳାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, କିଷାନ ସେଲ ସଭାପତି ସାନନ୍ଦ ମିଶ୍ର, କାଉନସିଲର ପ୍ରଦୀପ କୁମାର ମିଶ୍ର, କୈଳାଶ ମିଶ୍ର, ଅସିତ୍ କୁମାର ମିଶ୍ର, ଜୁଳୁ ପଟ୍ଟନାୟକ, ସଞ୍ଜୟ ମିଶ୍ର, ବ୍ରଜ ସେଠୀ, ସଞ୍ଜୟ ମିଶ୍ର, ଜୟନାରୟଣ ବହିଦାର, ଘୁନ୍ଦୁ ଦାସ, ସମୀର କୁମ୍ଭାର, ବେତୁନ ସ୍ୱାଇଁ, ସଞ୍ଜୟ ସାଏ ପ୍ରମୁଖ ଉପସ୍ଥିତ ଥିବା ବେଳେ ନଗର ସଭାପତି ବୁଲୁ ଦାନୀ ସଭା ସଂଯୋଜନା କରିଥିଲେ ।

jayashree
Leave A Reply

Your email address will not be published.