ଭୁବନେଶ୍ୱର, (କେପିଏନ୍ଏସ୍) : ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ସରକାରଙ୍କ ୪ ପରସେଣ୍ଟ ମହଙ୍ଗା ଭତ୍ତା ବୃଦ୍ଧି । ସୂଚନାଯୋଗ୍ୟ ଯେ, ଆଗରୁ ଏହା ୩୮ ପରସେଣ୍ଟ ରହିଥିବା ସ୍ଥଳେ ଏହି ୪ ପରସେଣ୍ଟକୁ ମିଶାଇ ତାହା ୪୨ ପରସେଣ୍ଟ ହେଲା । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଜୁନ୍ ମାସ ୨୦୨୩ରୁ ସମସ୍ତ କର୍ମଚାରୀ ଓ ପେନସନ୍ ଭୋଗୀ ନଗଦ ଭାବରେ ପାଇବେ ଓ ଜାନୁଆରୀ ୨୦୨୩ରୁ ମେ’ ମାସ ୨୦୨୩ ବକିଆ ଏରିୟର ଭାବରେ ପରିଗଣିତ ହେବ ବୋଲି ଜଣାପଡିଛି ।