om academy

ୱାର୍ଡ ନଂ ୧୦ ସୁଦପଡାରେ ପିଏଚ୍‌ଡି ପାଣିର ଅପଚୟ : ସାଧାରଣରେ ଅସନ୍ତୋଷ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ୱାର୍ଡ ନଂ ୧୦ ସୁଦପଡାରେ ପିଏଚ୍‌ଡି ପାଣିର ଅପଚୟକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ପିଏଚ୍‌ଡି ପାଇପ୍ ଫାଟି ସୁଦପଡା ୱାର୍ଡ ନଂ ୧୦ରେ ରାସ୍ତାରେ ବହୁଳ ମାତ୍ରାରେ ପାଣିର ସୁଅ ଛୁଟୁଛି । ଲୋକେ ଖରା ମାସରେ ପାଣି ଟିକିଏ ପାଇଁ ଡହକ ବିକଳ ହେଉଥିବା ବେଳେ ପିଏଚ୍‌ଡି କତ୍ତୃପକ୍ଷଙ୍କ ଖାମଖିଆଳି ତଥା ଚରମ ଅବହେଳା ସକାସେ ପାଇପ୍ ପାଣି ଲୋକଙ୍କ ବ୍ୟବହାର ଉପଯୋଗୀ ନ ହୋଇ ରାସ୍ତାରେ ବୋହୁଛି । ଏଣୁ ପାଇପ୍ ଶୀଘ୍ର ମରାମତି କରିବା ପାଇଁ ପଡ଼ାବାସୀ ଦାବୀ କରୁଛନ୍ତି ।

Leave A Reply

Your email address will not be published.

19 − 15 =