ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱ ରକ୍ତଦାତା ଦିବସ ଉପଲକ୍ଷେ ପଦ୍ମପୁର ରକ୍ତଭଣ୍ଡାର ତରଫରୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟଠାରେ ଏକ ସଭାର ଆୟୋଜନ କରାଯାଇଛି । ଏହି ସଭାରେ ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ସରୋଜ କୁମାର ସେଠ, ଡା. ଗୀତାପୀଉଷ ସିନ୍ଧୁ ମିଶ୍ର, ଡା. ଯଦୁମଣି ସାହୁ ଅତିଥି ଭାବରେ ଯୋଗଦେଇ ରକ୍ତଦାନର ମହତ୍ତ୍ବ ଓ ରକ୍ତଦାତା ଲାଣ୍ଡରଷ୍ଟରଙ୍କ ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ । ନାଗରିକ କମିଟି ତରଫରୁ ଆଇନଜୀବୀ ଅଜିତ ଶତପଥୀ ରକ୍ତ ଭଣ୍ଡାରର ପ୍ରତିଷ୍ଠା ଏବଂ ଆରମ୍ଭ ବିଷୟରେ ମତ ରଖିଥିଲେ । କାଉନସିଲର ଚିନ୍ମୟ ପଣ୍ଡା ନିଜର ରକ୍ତଦାନର ଅନୁଭୁତି ପ୍ରକାଶ କରିଥିଲେ । ଏହା ସହ ସମୟ ସମୟରେ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରି ଅସହାୟ ରୋଗୀମାନଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇ ଆସୁଥିବା ରକ୍ତଦାତାମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସେହିପରି ଚିକିତ୍ସାଳୟର ଜି.ପି.ଓ. ଦିବ୍ୟ କୁମାର ମେହେର ସଭା ପରିଚାଳନା କରିଥିଲେ । ସଂଗ୍ରାମ କେଶରୀ ମାହୁନ୍ତ, ସୁମିତ ସୁମନ୍ତ ସିହ୍ନା, ହିତେଶ ସାହୁ, ଶ୍ୟାମ ସୁନ୍ଦର ସାହୁ, ଜିତେନ୍ଦ୍ର ଗୁର୍ଲା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପରିଶେଷରେ ଦୀପକ ସାହୁ ଧନ୍ୟବାଦ ଦେଇଥିଲେ ।
Prev Post