ଗାଧୋଇବା ବେଳେ ମହାନଦୀରେ ବୁଡ଼ିଗଲେ ନାବାଳିକା

କୁଜଙ୍ଗ : ଗାଧୋଇବା ବେଳେ ମହାନଦୀରେ ବୁଡ଼ିଗଲେ ନାବାଳିକା । କୁଜଙ୍ଗ ଥାନା ଜଗନ୍ନାଥପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମର ଜଣେ ନାବାଳିକା ଗାଧୋଇବାକୁ ଯାଇଥିବା ସମୟରେ ବୁଡ଼ିଯାଇଛନ୍ତି । ନିଖୋଜ ନାବାଳିକା ଜଣଙ୍କ ଅରବିନ୍ଦ ମଲ୍ଲିକଙ୍କ ଝିଅ ଅର୍ଚ୍ଚିତା ପ୍ରିୟଦର୍ଶିନୀ (୧୦ ବର୍ଷ) ବୋଲି ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.