ନୀଲମ ଫାଉଣ୍ଡେସନର ବିଶ୍ୱଶାନ୍ତି ମହାଯଜ୍ଞ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସାମାଜିକ ଅନୁଷ୍ଠାନ ନୀଲମ ଫାଉଣ୍ଡେସନ ତରଫରୁ କଟକ ସ୍ଥିତ ଗଡଚଣ୍ଡୀ ପୀଠରେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ତଥା ଆହତଙ୍କ ଆରୋଗ୍ୟ କାମନା କରାଯାଇ ବିଶ୍ୱ ଶାନ୍ତି ଯଜ୍ଞ ଆୟୋଜନ କରାଯାଇଥିଲା । ଏହି ଯଜ୍ଞରେ ଦଶ ମହାବିଦ୍ୟା ପୂଜା, ନବଗ୍ରହ, ବାସ୍ତୁ ଶାନ୍ତି, ହୋମ, ଚଣ୍ଡିପାଠ ଆଦି କରାଯାଇ ଏକହଜାର ଆହୁତୀ ଦିଆଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷା ପ୍ରତିମା ସାହୁ ମୁଖ୍ୟ କର୍ତ୍ତା ହୋଇଥିବା ବେଳେ କାର୍ଯ୍ୟକ୍ରମରେ ମନ୍ଦିରର ମୁଖ୍ୟ ପଣ୍ଡିତ ଜଗନ୍ନାଥ ଶର୍ମା, ପରାମର୍ଶ ଦତ୍ତ, ବିଷ୍ଣୁ ପ୍ରସାଦ ଗୁରୁ, ଦେବେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ପୂଜାପାଠ ଯଜ୍ଞରେ ସହାୟତା କରିଥିଲେ । ପରେ ଶ୍ରୀମତୀ ସାହୁ ଏସ୍‌ସିବି ମେଡିକାଲ କଲେଜକୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟି ଫଳ ଓ ଓଆର୍‌ଏସ୍‌ ବଣ୍ଟନ କରିବା ସହ ସେମାନଙ୍କ ଭଲମନ୍ଦ କଥା ବୁଝିଥିଲେ ।

Leave A Reply

Your email address will not be published.