ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ଅନୁସାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଟିଟିଲାଗଡ଼ ପରିସରରେ ବଲାଙ୍ଗିର ଜିଲ୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସମୂହର ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମଞ୍ଚରେ ଉପସ୍ଥିତ ଥିଲେ ଶିକ୍ଷା ବିକାଶ ସମିତି ଓଡିଶା ସଂଗଠନ ମନ୍ତ୍ରୀ ତାରକ ଦାସ ସରକାର, ଦକ୍ଷିଣ ପଶ୍ଚିମ ସମ୍ଭାଗ ସଦସ୍ୟା ଶ୍ରୀମତୀ ଝଟକାନ୍ତି ପଟେଲ, ଜିଲ୍ଲା ସହ ପ୍ରମୁଖ ମିତ୍ରଭାନୁ ପ୍ରଧାନ, ବିଭାଗ ନିରୀକ୍ଷକ ନରୋତ୍ତମ ମିଶ୍ର, ସ୍ଥାନୀୟ ବିଦ୍ୟାଳୟର ସଭାପତି ଜ୍ୟୋତି ପ୍ରକାଶ ଗଡ଼ତ୍ୟା । ସହ ବିଭାଗ ନିରୀକ୍ଷକ ମନୋରଞ୍ଜନ କର ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସଭାପତି ମଞ୍ଚାସୀନ ଅତିଥି ଅଧିକାରୀଙ୍କୁ ଉତ୍ତରୀୟ ଓ ନଡ଼ିଆ ଦେଇ ସ୍ୱଗତ ଜଣାଇଥିଲେ । ଜିଲ୍ଲା ସହ ପ୍ରମୁଖ ମିତ୍ରଭାନୁ ପ୍ରଧାନ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସମ୍ଭାଗ ସଦସ୍ୟା ଶ୍ରୀମତୀ ପଟେଲ ଆଶୀର୍ବଚନ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ତାରକ ଦାସ ସରକାର ଶିକ୍ଷା ଓ ଜୀବନ ଦର୍ଶନ ଉପରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ଥାନୀୟ ବିଦ୍ୟାଳୟର ଅଭିଭାବିକାମାନେ ସାମୂହିକ କଣ୍ଠ ସଙ୍ଗୀତ ପରିବେଷଣ କରିଥିଲେ । ଏଥିସହିତ ଅଭିଭାବିକା ଶ୍ରୀମତୀ ଗୌରୀ ମୁଣ୍ଡା ବ୍ୟକ୍ତିଗତ ସଙ୍ଗୀତ ପରିବେଷଣ କରିଥିଲେ । ପ୍ରାଦେଶିକ ଶ୍ରୀଭାରତୀ କୃଷ୍ଣ ଗଣିତ ପ୍ରତିଭା ଓ ମେଧା ପରୀକ୍ଷାରେ ସଫଳତା ପାଇଥିବା ବଲାଙ୍ଗିର ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ଶିକ୍ଷା ବିକାଶ ସମିତି, ଓଡ଼ିଶା ପକ୍ଷରୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଦକ୍ଷିଣ ପଶ୍ଚିମ ସମ୍ଭାଗର ସଂଯୋଜକ ଜିତେନ୍ଦ୍ର କୁମାର ପଣ୍ଡା, ପ୍ରାନ୍ତ ନିରୀକ୍ଷକ ପ୍ରସନ୍ନ କୁମାର ବିଶ୍ଵାଳ ଓ ବଲାଙ୍ଗିର ଜିଲ୍ଲାର ସମସ୍ତ ସଙ୍କୁଳ ପ୍ରମୁଖ । ସ୍ଥାନୀୟ ଟିଟିଲାଗଡ଼ ସହରର ସମାଜସେବୀ ନବୀନ ଜୈନ ସନ୍ଧ୍ୟା ବନ୍ଦନା କାର୍ଯ୍ୟକ୍ରମରେ ଅତିଥି ଭାବେ ଉପସ୍ଥିତ ହୋଇ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ । ନୂଆପଡା ଜିଲ୍ଲା ପ୍ରମୁଖ ରୁଦ୍ରମାଧବ ବାରିକ ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ପ୍ରସଙ୍ଗରେ ସାନ୍ଧ୍ୟ କାଳାଂଶରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବିଦ୍ୟାଳୟର ସଂସ୍କୃତ ଆଚାର୍ଯ୍ୟ ପଙ୍କଜ ବେହେରା ମଞ୍ଚ ପରିଚାଳନା କରିଥିଲେ । ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ବ୍ୟବସ୍ଥା ସଂଯୋଜକ ତଥା ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ତତ୍ତ୍ବାବଧାନରେ ତଥା ବିଦ୍ୟାଳୟର ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା, ଗୁରୁଜୀ ଗୁରମା ଓ ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଆୟୋଜିତ ହୋଇଯାଇଛି ।
Next Post