ପାଟଣାଗଡ, (କେପିଏନ୍ଏସ୍) : ପାଟଣାଗଡରେ ଶିଶୁ ଶ୍ରମିକମୁକ୍ତ ସଚେତନତା ରଥ ଆରମ୍ଭ ହୋଇଯାଇଛି । ଏହାକୁ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ଓ ତହସିଲଦାର ଲକ୍ଷ୍ମଣ ମାଝୀ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ରଥଟି ବ୍ଲକର ସମସ୍ତ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରାଇବ । ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ଥାନା ଅଧିକାରୀ ଅନନ୍ତ ପଧାନ, ପାଟଣାଗଡ ଶ୍ରମ ଅଧିକାରୀ ନିରଞ୍ଜନ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।
Prev Post
Next Post