centurian jitm

ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଙ୍ଘ ତରଫରୁ ରେଳ ଷ୍ଟେସନରେ ଶ୍ରଦ୍ଧାଞ୍ଜଳି ସଭା

nschool

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଙ୍ଘ ତରଫରୁ ବରଗଡ ରୋଡ଼ ରେଲ ଷ୍ଟେସନଠାରେ ଉପ ସଭାପତି ସରଦାର ପ୍ରୀତମ ସିଂହଙ୍କ ସଭାପତିତ୍ୱରେ ବାଲେଶ୍ୱରଠାରେ ହୃଦୟ ବିଦାରକ ରେଳ ଦୁର୍ଘଟଣାରେ ୨୮୦ରୁ ଅଧିକ ଯାତ୍ରୀ ପ୍ରାଣ ହରାଇଛନ୍ତି । ତାଙ୍କ ପବିତ୍ର ଆତ୍ମାଙ୍କୁ କେଣ୍ଡଲ ଜଳାଇ ପୁଷ୍ପାଞ୍ଜଳି ଦେଇ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ରେଲୱେ ଷ୍ଟେସନର ପଦାଧିକାରୀ, ଡିଆର୍‌ଏମ୍‌ ଅଫିସ ସମ୍ବଲପୁରର ଅଧିକାରୀ, ଷ୍ଟେସନର ଅଟୋ ଚାଳକ ଭାଇମାନେ ଏବଂ ସେଠାରେ ଥିବା ଯାତ୍ରୀମାନଙ୍କ ସହ ଆମ ସଙ୍ଘର ସମ୍ପାଦକ କମଳ ଯୋଶୀ,
ଉପସଭାପତି ଇନ୍ଦ୍ରା ମହାନ୍ତି, ଅଭିଜିତ ପ୍ରତିହାର କୋଷାଧ୍ୟକ୍ଷ, କିଶୋର ରଥ ସହ-ସମ୍ପାଦକ, ବରିଷ୍ଠ ସଦସ୍ୟ ଗୋବିନ୍ଦ ଚରଣ ଦାଶ, ସନ୍ତୋଷ କୁମାର ଦାଶ, ରାମ କୃଷ୍ଣ ମେହେର, ଲକି ମିରବାନୀ, ଉଦ୍ଧବ ବେହେରା, ପ୍ରଫୁଲ୍ଲ ନନ୍ଦ ସମସ୍ତ ସଦସ୍ୟମାନେ ମହମବତୀ ଜଳାଇ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.