csstore

ହଳଦିଆ ତୈଳିକ ବୈଶ୍ୟ ସମାଜର ଗ୍ରାମ୍ୟସ୍ତରୀୟ ବୈଠକ ଅନୁଷ୍ଠିତ

ଖପ୍ରାଖୋଲ, (ଅଶୋକ ବାଗ) : ଆଜି ଖପ୍ରାଖୋଲ ବ୍ଲକ ମାଟିଆଭଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁତୁଳାମହୁଲ ଗ୍ରାମରେ ହଳଦିଆ ତୈଳିକ ବୈଶ୍ୟ ସାହୁ ସମାଜର ଗ୍ରାମ୍ୟସ୍ତରୀୟ ବୈଠକ ଗ୍ରାମର ବିଶିଷ୍ଟ ବ୍ୟକ୍ତି କପିଳ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ବାହାଲଭଟଲି ଅଞ୍ଚଳ ସଭାପତି ବନମାଳି ସାହୁ, ମୁଖ୍ୟବକ୍ତା ଭାବରେ ନୀଳମଣି ସାହୁ, ସମ୍ମାନିତ ଅତିଥି ଭାବରେ ସଭ୍ୟ କୀର୍ତ୍ତନ ସାହୁ, ବାହାଲଭଟଲି ଅଞ୍ଚଳ ସମ୍ପାଦକ ବଳରାମ ସାହୁ, ପୁତୁଳାମହୁଲ ଚକ ସଭାପତି ମଧୁସୂଦନ ସାହୁ, ସମ୍ପାଦକ ନିରଞ୍ଜନ ସାହୁ, ସହସମ୍ପାଦକ ଟିକେଶ୍ୱର ସାହୁ ଆଦି ବିଶିଷ୍ଟ ବ୍ୟକ୍ତି ସମେତ ଗ୍ରାମର ହଳଦିଆ ତେଲି ଜାତିର ଅବାଳ ବୃଦ୍ଧ ବନିତା ଯୋଗ ଦେଇଥିଲେ । ବୈଠକର ପ୍ରାରମ୍ଭରେ ଇଷ୍ଟ ଦେବୀଙ୍କ ପୂଜନ ପରେ ବାହାନଗା ରେଳ ଦୁର୍ଘଟଣାରେ ଓ ତୈଳିକ ଜାତି ଭାଇ ମୃତବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଗ୍ରାମର ଗୋପୀନାଥ ସାହୁ ସ୍ୱାଗତ ଭାଷଣ ସହ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅଭିଭାଷଣ ମାଧ୍ୟମରେ ଜାତିର ଶୈକ୍ଷିକ ସ୍ଥିତି, ସମସ୍ୟା ଓ ତାର ସମାଧାନ ପନ୍ଥା, ସଂଗଠନର ଭୂମିକା, ନାରୀ ସଶକ୍ତିକରଣ, ଶିକ୍ଷା ଓ ସଂସ୍କାର, ଜାତିର ସୁସଂହତି, ପରସ୍ପର ସହଯୋଗ, ଜାତିର ନିୟମାବଳୀକୁ ବିଧିବଦ୍ଧ ଭାବରେ ପାଳନ କରିବା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଶେଷରେ ଆଜି ବିଶ୍ୱ ବନ ଦିବସ ହେତୁ ସଭାପତି ସମସ୍ତ ଜନସାଧାରଣଙ୍କୁ ନିଜ ଜନ୍ମ ଦିନରେ ଗୋଟିଏ ଗଛ ଲଗାଇବା ସାଙ୍ଗେ ବଞ୍ଚାଇବା ପାଇଁ ଅନୁରୋଧ କରିଥିଲେ । ଗ୍ରାମର ବିଶିଷ୍ଟ ବ୍ୟକ୍ତି ତପୀଶ୍ୱର ସାହୁ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ଶ୍ୟାମସୁନ୍ଦର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.