ଟିଟିଲାଗଡ ଜେସିଆଇ ସିଟି ପକ୍ଷରୁ ଆଇ ଲଭ୍‌ ଟିଟିଲାଗଡ଼ ପାର୍କରେ ଲଗାଗଲା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ : ଉଦ୍‌ଘାଟନ କଲେ ପୌରାଧ୍ୟକ୍ଷା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡର ସବୁଠୁ ଜନ ଗହଳି ପୂର୍ଣ୍ଣ ତଥା ଛୋଟ ଛୋଟ ଛୁଆମାନଙ୍କ ପସନ୍ଦ ପାର୍କ ହେଉଛି ଆଇ ଲଭ୍‌ ଟିଟିଲାଗଡ଼ ପାର୍କ । ଏହି ପାର୍କ ଏବେ ସହରର ମନୋରଞ୍ଜନ, ଖେଳ କୁଦ, ସକାଳ ଭ୍ରମଣ, ସାନ୍ଧ୍ୟ ଭ୍ରମଣ ଏବଂ ସହରବାସୀଙ୍କ ଜମା ହେବାର ସ୍ଥାନ ପାଲଟିଛି । ଏହି ପାର୍କକୁ ଖାସ କରି ବହୁତ ଛୁଆ ଖେଳିବାକୁ ଆସୁଥିବା ବେଳେ ବୁଲାବୁଲି କରିବା ପାଇଁ ପରିବାର ସହ ଆସୁଛନ୍ତି ବହୁତ ଲୋକ । ତେବେ ସବୁ ବ୍ୟବସ୍ଥା ଥିଲା କିନ୍ତୁ ପିଇବା ପାଣିର ବ୍ୟବସ୍ଥା ନଥିବା ଯୋଗୁଁ ଏଠାକୁ ଆସୁଥିବା ଲୋକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାକୁ ହୃଦୟଙ୍ଗମ କରି ଟିଟିଲାଗଡ଼ ଜେସିଆଇ ସିଟି କ୍ଲବ ତରଫରୁ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଲୋକଙ୍କ ନିମନ୍ତେ ଲୋକାର୍ପଣ କରାଯାଇଛି । ରବିବାର ସଂଧ୍ୟାରେ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଏହି ଶୀତଳ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ପୌରାଧ୍ଧକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ସମ୍ମାନୀତ ଅତିଥି ଭାବେ ବରଗଡ ଅତିରିକ୍ତ ତହସିଲଦାର ସରିତା ଗୁପ୍ତାଙ୍କ କରକମଳରେ କରାଯାଇଅଛି । ଏହି ପ୍ରୋଜେକ୍ଟ ପାଇଁ କ୍ଲବର ତ୍ରିଲୋକ ଜୈନ ଏବଂ ବିକାଶ ଜୈନଙ୍କୁ ବିଶେଷ ଧନ୍ୟବାଦ୍ ଜ୍ଞାପନ କରାଯାଇଥିଲା । ଏହି ଅବସରରେ ଜେସିଆଇ ସିଟି କ୍ଲବର ସଭାପତି ଅତୁଲ ଜୈନ, ସମ୍ପାଦକ ତ୍ରିଲୋକ ଜୈନ, ପ୍ରୋଜେକ୍ଟ ଚେୟାରମେନ୍ ସଞ୍ଜୟ ସୋନି, ନିରୋଜ ପଟ୍ଟନାୟକ, ମନିଷ ଗୁପ୍ତା, ବରିଷ୍ଠ ସଦସ୍ୟ ଗୋପାଳ ଜୈନ, ରିଙ୍କୁ ଅଗ୍ରୱାଲଙ୍କ ସମେତ ସହରର ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.