oom

ଗଞ୍ଜାମ ଜିଲ୍ଲା ବିଜେଡି ଉପ-ସଭାପତି ହେଲେ ଶ୍ରମିକ ସଂଗଠନ ନେତା ଶଙ୍କର ଦାଶ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶ୍ରମିକ ସଂଗଠନ ନେତା ଶଙ୍କର ଦାଶ ଗଞ୍ଜାମ ଜିଲ୍ଲା ବିଜେଡି ଉପ-ସଭାପତି ପଦବୀରେ ଅଭିଷିକ୍ତ ହୋଇଛନ୍ତି । ରାଜ୍ୟ ସଂଗଠନ ପକ୍ଷରୁ ଜାରୀ ହୋଇଥିବା ନୂତନ କର୍ମକର୍ତ୍ତା ତାଲିକା ଆନୁଷ୍ଠାନିକ ଭାବେ ଘୋଷିତ ହୋଇଛି । ଶ୍ରୀ ଦାଶ ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟର ଉପସଭାପତି ପଦବୀରେ ଅଛନ୍ତି । ଏହା ସାଂଗକୁ ସେ ଗୋପାଳପୁର ପୋର୍ଟ ଲୋଡିଂ, ଆନଲୋଡିଂ ସୁପରଭାଇଜର ୟୁନିୟନର ସଭାପତି, ଜୟଶ୍ରୀ କେମିକାଲ୍ସ ୱାର୍କସ ୟୁନିୟନର କାର୍ୟ୍ୟକାରୀ ସଭାପତି, ଗୋପାଳପୁର ପୋର୍ଟ କର୍ମଚାରୀ ସଂଘ ଓ ଟ୍ରକ୍ ମାଲିକ ଆସୋସିଏସନର ଉପଦେଷ୍ଟା ଭାବେ ପ୍ରମୁଖ ସଂଗଠନ ଦାୟିତ୍ୱ ତୁଲାଉଛନ୍ତି । ଗଞ୍ଜାମ ଜିଲ୍ଲା ବିଜେଡି ଉପ-ସଭାପତି ଭାବେ ମନୋନୀତ ହୋଇଥିବାରୁ ସେ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜ୍ୟ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ଅମାତ, ଗଞ୍ଜାମଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ତଥା ଗଞ୍ଜାମଜିଲ୍ଲାର ମନ୍ତ୍ରୀ, ସାଂସଦ ଓ ବିଧାୟକମାନଙ୍କୁ ସେ ସାଧୁବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗାମୀ ଦିନରେ ସମଗ୍ର ଗଞ୍ଜାମ ଜିଲ୍ଲାରେ ଶ୍ରମିକ ସଂଗଠନଗୁଡିକୁ ଖୁବ ମଜବୁତ କରାଯିବ ବୋଲି ଶ୍ରମିକ ନେତା ଶଙ୍କର ଦାଶ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

jittmm
Leave A Reply

Your email address will not be published.