oom

ରୋତ ସାପ୍ତାହିକ ବଜାରରେ ଦହି ସରବତ ଓ ଓଆର୍‌ଏସ୍‌ ପାଣି ବଣ୍ଟନ

jsmm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ରୋତ ସାପ୍ତାହିକ ବଜାର ନିକଟରେ ବିଂଗ ହ୍ୟୁମାନ ଫାଉଣ୍ଡେସନ, ରୋତ ସରପଂଚ ଓ ସମିତି ସଭ୍ୟ ତରଫରୁ ଦହି ପାଣି ଓ ଓଆର୍‌ଏସ୍‌ ପାଣି ବଣ୍ଟା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମଟି ରୋତ ସରପଂଚ ଜୟଲାଲ ସିନ୍ଦୁର ଓ ସମିତି ସଭ୍ୟ କମଳ ସେଠ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ପ୍ରକାଶ ଯୋଗ୍ୟ ଯେ, ଉକ୍ତ ବଜାରକୁ ବହୁ ଦୂରଦୂରାନ୍ତରୁ ଗାଈଗୋରୁ ତଥା ନିତିଦିନ ଆବଶ୍ୟକ ଜିନିଷ କିଣାବିକା କରିବା ପାଇଁ ଲୋକେ ଯିବା ଆସିବା କରିଥାନ୍ତି । ତେଣୁ ପ୍ରବଳ ଗ୍ରୀଷ୍ମ ପ୍ରକୋପରୁ ରକ୍ଷା କରିବା ପାଇଁ ଲୋକଙ୍କୁ ଦହି ସରବତ ତଥା ଓଆର୍‌ଏସ୍‌ ପାଣି ଯୋଗାଇବା ପ୍ରୟାସ ବେଶ ପ୍ରଶଂସନୀୟ ହୋଇଛି । ଲୋକେ ସରବତ ଓ ଓଆର୍‌ଏସ୍‌ ପାଣି ପିଇ ବେଶ ଶାନ୍ତି ଅନୁଭବ କରିବା ମଧ୍ୟ ଦେଖିବାକୁ ମିଳିଥିଲା । ଉକ୍ତ କାର୍ଯ୍ୟକ୍ରମରେ ପିଣ୍ଟୁ ରଣା, ପିଣ୍ଟୁ ଯୋଶୀ, ବୁଦ୍ଧଦେବ ସାହୁ, ସଂଯୋଗ ସାହୁ, ଉମେଶ ଦଣ୍ଡ ସେନା, ନିତ୍ୟାନ୍ତ ସାହୁ, ବିଶ୍ୱମିତ୍ର ସାହୁ, ଜିତୁ ପଟେଲ, ସୁମିତ ପଟେଲ, ସୁକାନ୍ତ ପଟେଲ, ଶେଷଦେବ ପଟେଲ, ଶିବୁ ପଟେଲ, ଅମିତ ପଟେଲ, ଗୁଣନିଧି ସାହୁ, ହର୍ଷ ରଣା, ଅଜିତ ପଟେଲ, ଚିତ୍ତରଂଜନ ପଟେଲ, ଧିର ପଟେଲ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.