pakka

ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରା ବସ କଣ୍ଡକ୍ଟରମାନଙ୍କୁ ଫାଷ୍ଟଏଡ୍‌ ସାର୍ଟିଫିକେଟ ବଣ୍ଟନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବେସରକାରୀ ବସ କଣ୍ଡକ୍ଟରମାନଙ୍କୁ ବିଭିନ୍ନ ଦିଗରେ ବିକଶିତ କରିବା ପ୍ରୟାସ କଲା ଜିଲ୍ଲା ପ୍ରଶାସନ ଓ ବସ ମାଲିକ ସଂଘ । ତେଣୁ ସ୍ଥାନୀୟ ନୂତନ ବସ ଟର୍ମିନାଲର ବେସରକାରୀ ବସ ସଂଘଠାରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ କର କମଳରେ ବସ କଣ୍ଡକ୍ଟରମାନଙ୍କୁ ଫାଷ୍ଟଏଡ୍‌ ସାର୍ଟିଫିକେଟ ବଣ୍ଟନ କରିଛନ୍ତି । ଏହି ସାର୍ଟିଫିକେଟ୍‌ କଣ୍ଡକ୍ଟରମାନଙ୍କ ଗୁରୁତ୍ୱ ବହନ କରୁଥିବାରୁ ଏହାର ସୁବିଧା ପାଇ ଜିଲ୍ଲାର କାର୍ଯ୍ୟରତ ବହୁ ଗୁଡାଏ କଣ୍ଡକ୍ଟରମାନେ ଉପକୃତ ହେବେ । ତେଣୁ ସେମାନେ ଜିଲ୍ଲାପାଳଙ୍କ ସମେତ ବେସରକାରୀ ବସ ସଂଘକୁ କୃତଜ୍ଞତା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଦୁର୍ଗା ଚରଣ ବେହେରା ସଭାପତିତ୍ୱ କରିଥିଲେ ଏବଂ ଉପସଭାପତି ସୌମେନ୍ଦ୍ର ପରିଚ୍ଛା, ସଂପାଦକ ପ୍ରଦ୍ୟୁତ କୁମାର ମିଶ୍ର, ସହସଂପାଦକ ଶିବ ଶଙ୍କର ପଟ୍ଟନାୟକ, କୋଷାଧ୍ୟକ୍ଷ ମାନସ ରଂଜନ ନାଏକ ମଂଚାସୀନ ଥିବା ସହ ସଂଘର ବରିଷ୍ଠ ସଭ୍ୟ ହେମନ୍ତ ପଣ୍ଡା, ଓମ୍‌ ପ୍ରକାଶ ଚାନ୍ଦ, ଡମ୍ବରୁଧର ଆଚାର୍ଯ୍ୟ, ଶିବ ଶଙ୍କର ପଟେଲ, ମୁନା ପଣ୍ଡା, ଭବାନୀ ପଟେଲ, ଚନ୍ଦ୍ରମଣି ତ୍ରିପାଠୀ, ସଂଜୀବ ପଣ୍ଡା, ଲିପୁନ ଆଚାର୍ଯ୍ୟ, ପାରିଶ ପଟେଲ, ସଂଜୀବ ସାହୁ, ସତ୍ୟପ୍ରକାଶ ପତି, ରିଙ୍କୁ ଭୋଇ, ଜୟନ୍ତ ସିଂଦେଓ, ଜ୍ୟୋତି କୁମ୍ଭାର, ସରୋଜ ଗୁରୁ, ଛୋଟୁ ହରପାଲ ପ୍ରମୁଖ ଉପସ୍ଥିତ ଥିଲେ । ଜୋହନ ଆମ୍ବୁଲାନ୍ସ ତରଫରୁ ଡା. ଶୁଶାନ୍ତ କୁମାର ଚାନ୍ଦ ଉପସ୍ଥିତ ଥିଲେ । ଶେଷରେ ସଂଘର ଉପସଭାପତି ସୌମେନ୍ଦ୍ର ପରିଚ୍ଛା ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

six − 5 =