pakka

ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାଧ୍ୟାପକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦର୍ଶନ ଶାସ୍ତ୍ର ପ୍ରାଧ୍ୟାପକ ଡ. ଘନଶ୍ୟାମ ସ୍ୱାଇଁ ଗତ ମେ’ ମାସ ୩୧ ତାରିଖ ଦିନ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ତାଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ପାଇଁ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏଥିରେ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା ପରିଷଦର ପୁରାତନ ସଭ୍ୟଗଣ ତଥା ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀଗଣ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ଡ. ଶରତଚନ୍ଦ୍ର ବିଶ୍ୱାଳ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ତତ୍ପରେ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପ୍ରାରମ୍ଭରେ ଏହି ସଭାରେ ଛାତ୍ରଛାତ୍ରୀମାନେ ବିଦାୟୀ ଅଧ୍ୟାପକଙ୍କ ସହ ସଂପର୍କ, ତାଙ୍କର ଉତ୍ତମ ଶିକ୍ଷାଦାନ ପଦ୍ଧତି ଓ ଛାତ୍ର ବତ୍ସଳତା ଉପରେ ବକ୍ତବ୍ୟ ରଖିଥିଲେ । ଶିକ୍ଷାଦାନ ସହ ବିଦ୍ୟାଳୟର ଅନ୍ୟାନ୍ୟ ଦାୟିତ୍ୱ ସଂପାଦନ କରିବାରେ ସେ କିଭଳି ନିଷ୍ଠାପର ଥିଲେ ଏ ସଂପର୍କରେ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ପରିଚାଳନା ପରିଷଦର ପୂର୍ବତନ ସଭ୍ୟ ତଥା କର୍ମଚାରୀଗଣ ସମ୍ୟକ ଆଲୋକପାତ କରିଥିଲେ । ଏହି ସଭାରେ ପ୍ରାକ୍ତନ ବରିଷ୍ଠ କିରାଣୀ ଶରତ କୁମାର ରାଉତ, ପରିଚାଳନା ପରିଷଦର ପ୍ରାକ୍ତନ ସଭ୍ୟ ଅନନ୍ତ କୁମାର ସାହୁ, ପ୍ରଶାନ୍ତ କୁମାର ମହାପାତ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ ଭାସ୍କରଚନ୍ଦ୍ର ସାମନ୍ତରାୟ ଓ ଡ. ଅଶୋକ କୁମାର ମହାନ୍ତିଙ୍କ ସହ ପ୍ରାଧ୍ୟାପକ ସରୋଜ କୁମାର ବଳିଆରସିଂହ, ଡ. ସ୍ନେହାଞ୍ଜଳି ମହାନ୍ତି, ଅଧ୍ୟାପକ ଅତୁଲ କୁମାର ଦାଶ, ସୁକାନ୍ତ କୁମାର ପଣ୍ଡା, ଜିତେନ୍ଦ୍ର କୁମାର ମଲ୍ଲିକ, ସୁମନ୍ତ ତରେଇ, ରାକେଶ କୁମାର ସ୍ୱାଇଁ, ଗୀତାଞ୍ଜଳି ସାହୁ, ତନ୍ମୟୀ ମହାପାତ୍ର, ସୁମଞ୍ଜୁଳା ବିଶ୍ୱାଳ, ବରିଷ୍ଠ କିରାଣୀ ଗଙ୍ଗାଧର ଜେନା, ଗ୍ରନ୍ଥାଗାରିକ ବ୍ରଜବନ୍ଧୁ ଦାଶଙ୍କ ସହ ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ବିଦାୟୀ ପ୍ରାଧ୍ୟାପକଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

jay balangir
Leave A Reply

Your email address will not be published.

8 − three =

error: Content is protected !!