lika

ଇଣ୍ଟରସିଟି ଟ୍ରେନ୍‌କୁ ହୁମା ଷ୍ଟେସନରେ ରଖିବା ପାଇଁ ଦାବୀପତ୍ର ପ୍ରଦାନ

gbag

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ହୁମା ପଞ୍ଚାୟତ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଇଣ୍ଟରସିଟି ଟ୍ରେନ୍‌କୁ ହୁମା ଷ୍ଟେସନରେ ରଖିବା ପାଇଁ ବୁଧବାର ଦିନ ଇଷ୍ଟକୋଷ୍ଟ ରେଳବାଇ ଜେନେରାଲ ମ୍ୟାନେଜର ମନୋଜ ଶର୍ମାଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡିଛି । ଏଠାରେ ଉକ୍ତ ଟ୍ରେନ୍‌ ରହିବା ଦ୍ୱାରା ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରି, ଶହ ଶହ ଜନସାଧାରଣ ସକାଳ ପାଇଲେ ନିଜ ନିଜ କାର୍ଯ୍ୟ ପାଇଁ ରେଳଗାଡି ଉପରେ ନିର୍ଭର କରିଥାନ୍ତି । ଏଥିସହ ଚାଷ ସମୟରେ ଆଖ ପାଖ ଅଂଚଳର ବହୁ ମହିଳା ପୁରୁଷ ଟ୍ରେନ୍‌ ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରିବାକୁ ବାହାରକୁ ଯିବାକୁ ପଡିଥାଏ । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ରେଳ ବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ସ୍ଥାନୀୟ ଅଂଚଳର ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ଦାବୀ ହୋଇଛି । ଅନ୍ୟଥା ଆନ୍ଦୋଳନ କରାଯିବ ବୋଲି ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି ।

sandip
Leave A Reply

Your email address will not be published.